No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର) ପାଟଣାଗଡ଼ :- ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ନଗର କଂଗ୍ରେସ ସଭାପତି ଜୟକୃଷ୍ଣ ମେହେର ଙ୍କ ନେତୃତ୍ବରେ ପାଟଣାଗଡ଼ ର ତିନି ପେଟ୍ରୋଲ ପମ୍ପ ତଥା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ପେଟ୍ରୋଲ, ଡିଜେଲ ଗ୍ରାହକ ମାନଙ୍କ ଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ସକାଳ ୯ ଟା ସମୟରେ ଆରମ୍ଭ ହୋଇ ଦିନ ସାଢେ଼ ୧୧ ଠାରେ ଶେଷ ହୋଇଥିଲା । ପମ୍ପ କୁ ଆସୁଥିବା ଗ୍ରାହକମାନଙ୍କୁ କଂଗ୍ରେସ ପକ୍ଷରୁ ମିଠା ଖୁଆଇ ସ୍ବତଃ ପ୍ରବୃତ୍ତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦ ଦାବିରେ ଦସ୍ତଖତ କରୁଥିବା ଦେଖାଯାଉଛି ।

ଉକ୍ତ କାର୍ଯ୍ୟକ୍ରମରେ ପିସିସି ସଭ୍ୟ ଅନିଲ ମେହେର , ସିଦ୍ଧାର୍ଥ ମିଶ୍ର ,ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ , ବସନ୍ତ ଧରୁଆ ,ସୁମନ ଖାନ ,ଧର୍ମା ମେହେର , ସୁରେଶ ମେହେର , ଖୁସି ତରୁଣ ବନଛୋର , ବିଶାଳ ରାହା , ଅନ୍ତ ଠାକୁର ଙ୍କ ସହ ଅନ୍ୟ ସଦସ୍ୟ ମାନେ ସାମିଲ ଥିଲେ । (ଗୋରେଖନାଥ ବରିହା )
No Result
View All Result