କୋରାଇ, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) କୋରାଇରୁ – ରଶ୍ମିରେଖା ମଲ୍ଲିକଙ୍କ 6.4.2020 :- କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ମା’ହିଙ୍ଗୁଳାଙ୍କ ୯୧ତମ ପୂଜା ଉତ୍ସବ ବୁଧବାର ଠାରୁ ଆରମ୍ଭ ହୋଇ ୨ଦିନ ମଧ୍ୟରେ ଶେଷ ହେବ । ବଶ୍ୱମହାମାରି କରୋନା ପାଇଁ ଦେଶବ୍ୟାପୀ ‘ଲକ ଡାଉନ’ ଥିବାରୁ ୯ଦିନ ଧରି ହେବାକୁ ଥିବା ଉତ୍ସବର ନାମଯଜ୍ଞ ହେବ ନାହିଁ । କେବଳ ସିମିତ ବ୍ରାହ୍ଣଣଙ୍କ ଦ୍ୱାରା ଅତି ନିରାଡମ୍ବର ଭାବେ ୨ଦିନ ମଧ୍ୟରେ ଉଦ୍ଯାପିତ ହେବ ।
ଏହି ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ପ୍ରତିବର୍ଷ ୯ଦିନ ଯାଏ ହେଉଥିବା ବେଳେ ଚଳିତ ବର୍ଷ ‘ଲକ ଡାଉନ’ ପାଇଁ ପୂଜାକୁ ୨ଦିନ ହେବାକୁ କମିଟି ଦ୍ୱାରା ନିଷ୍ପତି ନିଆଯାଇଛି । ତଦନୁଯାୟୀ ବୁଧବାର ଅଧିବାସ ପୂର୍ବକ ବ୍ରାହ୍ମଣଙ୍କ ଦ୍ୱାରା କଳସ ସ୍ଥାପନ କରାଯିବ । ଏଥିରେ କୌଣସି କର୍ମକର୍ତା ସାମିଲ ହେବେ ନାହିଁ କି ଶ୍ରଦ୍ଧାଳୁଙ୍କ ନିମନ୍ତେ ପୂଜା ସ୍ଥଳେ ନିଷେଦ୍ଧ କରାଯାଇଛି । ମା’ଙ୍କ ପୂଜକ ବାମଦେବ ତ୍ରିପାଠୀ, କମଳେନ୍ଦୁ ମିଶ୍ର ଓ ରବିନ୍ଦ୍ର ମିଶ୍ର ଆଦି ସିମିତ ବ୍ରାହ୍ମଣଙ୍କ ଦ୍ୱାରା କେବଳ ବିଧିମତେ ପୂଜାର୍ଚ୍ଚନା କରାଯିବ । ଅଧିବାସ କ୍ରମରେ ମାଆଙ୍କୁ ସ୍ନାନ କରଯାଇ, ନୂଆଲୁଗା ଓ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ କରାଯାଇ ପୂଜା ସହ ସଂପୃକ୍ତ ବ୍ରହ୍ମଣଙ୍କ ଦ୍ୱାରା ଘିଅ ପୋଡା ଯିବ । ଗୁରବାର ଅତି ନିରାଡମ୍ବର ସହକାରେ ମାଆଙ୍କ ପୂଜାକାର୍ଯ୍ୟ ଉଦ୍ଯାପିତ କରାଯିବ ବୋଲି କମିଟିର ସଂପାଦକ କୃଷ୍ଣଚନ୍ଦ୍ର ସାହୁ ଓ ସଭାପତି ରାଜକିଶୋର ସାହୁ ସୂଚନା ଦେଇଛନ୍ତି । ଏଥି ସହିତ କରୋନାର ଭୟାଭହତା ଦୃଷ୍ଟିରୁ ମାଆଙ୍କ ପୂଜା ସ୍ଥଳୀକୁ ଆସି କେହି ଏକତ୍ରିତ ନହେବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କୁ କମିଟି ତରଫରୁ ବିନମ୍ର ନିବେଦନ କରାଯାଇଛି ।