No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ବସ୍ତା :- ଜୀବନସାଥୀ ସ୍ୱେଚ୍ଛାସେବୀ ସଂଗଠନର ସମ୍ୱର୍ଦ୍ଧନl କର୍ମଶାଳl l ବୟସ ମାତ୍ର ଆଠ l ମୁହଁରେ ଅନର୍ଗଳ ବେଦମନ୍ତ୍ର ସହିତ ଗlୟତ୍ରୀ ମନ୍ତ୍ର l ମହାମୃତଞ୍ଜୟ ମନ୍ତ୍ର, ଗୀତା, ଭାଗବତ ଓ ନବବିଗ୍ରହଙ୍କ ସୋତ୍ର ଉଚ୍ଚାରଣ ହେଉଛି l ଖେଳ କୁଦ ଅଜଟ ବୟସରେ ପାଠ ପଢା ସହିତ ଦେବାଦେବୀ ପୂଜା, ଚଣ୍ଡୀପାଠ କରି ସମସ୍ତଙ୍କ ପ୍ରିୟଭାଜନ ହେବା ସହିତ ଚର୍ଚ୍ଚାରେ ରହିଛନ୍ତି ଏ ବିସ୍ମୟ ବାଳକ l ଭବିଷ୍ୟତରେ ଜଣେ ପ୍ରବଚକ ହେବlକୁ ଲକ୍ଷ୍ୟରଖିଛନ୍ତିl ରାଜଘାଟ ଜୀବନ ସାଥୀ ଜୀବନସାଥୀ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ଓ ଯୁବ ସମାଜସେଵୀ ଦୀପ୍ତିମାନ ପତି ଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତାମାନେ ବିସ୍ମୟ ବାଳକ ଜୀବନକୁ ଉତରୀ ଦେଇ ସମ୍ୱର୍ଦ୍ଧନl କରିଥିଲେ l

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ପଂଚାୟତ ବେଗୁନିଆ ଗ୍ରାମର କ୍ଷୀତିଶ କୁମାର ପଣ୍ଡା ଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ କନିଷ୍ଠ ପୁତ୍ର ଜୀବନକୃଷ୍ଣ ପଣ୍ଡା l ଜୀବନକୃଷ୍ଣ ବେଗୁନିଆ ବିଦ୍ୟାଳୟର ତୃତୀୟ କ୍ଳlସର ଛାତ୍ର l ସେ ପାଠ ପଢ଼ା ସହିତ ଠାକୁର ପୂଜା, ବେଦମନ୍ତ୍ରରେ ପାଠରେ ସିଦ୍ଧି ଅର୍ଜନ କରିଛନ୍ତିl ଏଥିରେ ପ୍ରେରଣl ଯୋଗାଇଛନ୍ତି ବାପା କ୍ଷିତୀଶ l ଜୀବନ ପ୍ରତ୍ୟେକ ଦିନ ଭୋରରୁ ଉଠି ନିତ୍ୟକର୍ମ ସାରନ୍ତିl ଏହାପରେ ଠାକୁର ପୂଜା ପାଇଁ ଫୁଲ, ଵେଲ ପତ୍ର, ତୁଳସୀ ପତ୍ର ତୋଳି ବେଦପୂଜା ଓ ମନ୍ତ୍ର ପାଠକରିଥାନ୍ତି l
ପିଲାଟି ଅଲୋକୀକ ଶକ୍ତର ଅଧିକାରୀ ବୋଲି ସବୁଆଡୁ ପ୍ରଶଂସା ଓ ବୁଦ୍ଧିଜୀବି ମହଲରେ ଚର୍ଚ୍ଚl ହେଉଛି l ଏହି କର୍ମଶାଳରେ ପାର୍ଥସାରଥୀ ମହାପାତ୍ର, ଗୋବର୍ଧନ ଜେନା, ଜଗନ୍ନାଥ ବେହେରା,ଶଙ୍କର୍ଷଣ ଜେନା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସହଯୋଗ କରିଥିଲେ l (ଦୀପ୍ତିମାନ ପତି, ବାଲେଶ୍ୱର)
No Result
View All Result