No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜୁଲାଇ ଗୁରୁବାର ) କଟକ – ବିନା GST ପ୍ରଦାନ କରି ସୁନା ଗହଣା ବିକ୍ରି କରିବା ଅଭିଯୋଗରେ, କଟକ ମାଲଗୋଦାମ ପୋଲିସ ୩ ଜଣ ବ୍ୟବସାୟୀ ଙ୍କୁ ଅଟକ ରଖିଛି। ସେମାନଙ୍କ ଠାରୁ ପୋଲିସ ୧୪ କ୍ୟାରେଟର ସୁନା ଦୁଇ କେଜି ୨୯ ଗ୍ରାମର ଏବଂ ୨୭’୨୮ ଗ୍ରାମ ସୁନା କୋଟିଙ୍ଗ ଥିବା ଅଳଙ୍କାର ଜବତ କରିଛି। ଅଟକ ତିନି ଅଭିଯୁକ୍ତ ମାନେ ହେଲେ, ପଞ୍ଜାବର ଅମୃତସର ଅଞ୍ଚଳର ଗୁରୁଜିତ ସିଂ, ମନପ୍ରୀତ ସିଂ ଏବଂ କଟକ ମଙ୍ଗଳାବାଗ ଥାନା ବଣିଆ ସାହି ଅଞ୍ଚଳର ରଞ୍ଜନ ସାହୁ ।

ଗୁରୁଜିତ ଓ ମନପ୍ରତି ପଞ୍ଜାବରୁ ସୁନା ଆଣି ଜିଏସଟି ଫାଙ୍କି ସେଗୁଡିକୁ କଟକରେ ବିକ୍ରି କରୁଥିଲେ । ମାଲଗୋଦାମ ଥାନା ପୋଲିସ ଏନେଇ ସୂଚନା ପାଇବା ପରେ ସେମାନଙ୍କୁ କଟକ ରେଳ ଷ୍ଟେସନ ରୁ ଏହି ଦୁଇ ଅଭିଯୁକ୍ତ ଙ୍କୁ ଧରିଥିଲା । ଏହା ପରେ ପୋଲିସ GST ବିଭାଗ ସୂଚନା ଦିଆଯାଇଥିଲା ।

GST ବିଭାଗ ଘଟଣା ର ତଦନ୍ତ ଆରମ୍ଭ କରି ଗୁରୁଜିତ ଓ ମନପ୍ରତିଙ୍କ ଠାରୁ ଏକ ଲକ୍ଷ 65 ହଜାର ଟଙ୍କା ର ଜରିମାନା ସହିତ ମୋଟ 3 ଲକ୍ଷ 23 ହଜାର ଟଙ୍କାର ଟିକଟ ଆଦାୟ କରିଛି । ତେବେ ସେମାନେ କଟକରେ ଅନ୍ୟ କାହାକୁ ସୁନା ବିକ୍ରି କରୁଛନ୍ତି, ତାହାର ତଦନ୍ତ ଆରମ୍ଭ କରାଯାଇ ଥିବା କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । (କଟକ ରୁ ଅମୂଲ୍ୟ କୁମାର ବାରିକ ଙ୍କ ରିପୋର୍ଟ ।)
No Result
View All Result