ଏପ୍ରିଲ ମାସର ପ୍ରତ୍ୟେକ ପିଲାଙ୍କ ପିଛା ଶୁଖିଲା ଖାଦ୍ୟର ତାଲିକା ତଦ୍ ସହିତ ଏପ୍ରିଲ ମାସର ଶୁଖିଲା ଖାଦ୍ୟ ସମନ୍ୱିତ ଶିଶୁବିକାସ ଯୋଜନା ଅଧିକାରିଙ୍କ ନର୍ଦ୍ଧେଶ କ୍ରମେ ପ୍ରାକ୍ ବିଦ୍ୟଳୟକୁ ନିୟମିତ ଆସୁଥିବା ଶିଶୁ ମାନଙ୍କୁ ତାଲିକା ଅନୁଯାୟି ରଣପୁର ବ୍ଲକ ଅଧିନରେ ଥିବା ସମସ୍ତ ଅଙ୍ଗନୱାର୍ଡିକେନ୍ଦ୍ର ଓ ମିନି ଅଙ୍ଗନୱାର୍ଡିକେନ୍ଦ୍ରରେ ଶୁଖିଲା ଖାଦ୍ୟ ବନ୍ଟନ କରାଯାଇଅଛି ।
ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ (ଓଡିଶା ତାଜାନ୍ୟୁଜ୍ ) ରଣପୁର ବ୍ଲକ୍ 6.4.2020 ରିପୋର୍ଟ/ସୋନାଲି :– କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଆଡଭାଇଜରି ଜାରି କରିଛନ୍ତି । ଏହିଭଳି ବିପଦ ସମୟରେ ଅଙ୍ଗନୱାର୍ଡି କର୍ମୀ ମାନେ ଶିଶୁ ଖାଦ୍ୟ ଯୋଗାଣରେ ନିଜକୁ ନିୟୋଜିତ ରଖିଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି । ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରେ ସମୁଦାୟ ୩୨୩ ଗୋଟି ଅଙ୍ଗନୱାର୍ଡି କେନ୍ଦ୍ର ରହିଅଛି ।
ଏହି କେନ୍ଦ୍ର ଗୁଡିକ ତଦାରଖ କରିବା ପାଇଁ ୯ଜଣ ସୁପରଭାଇଜର ଅଛନ୍ତି । ସରକାର ଅଙ୍ଗନୱାର୍ଡି କେନ୍ଦ୍ରକୁ ଶିଶୁମାନଙ୍କ ଘରକୁ ଶୁଖିଲା ଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ପିଲାପିଛା ଦିନକୁ ଅଣ୍ଡା,ତେଲମସଲା ଓ ଜାଳେଣି ମିଶାଇ ୭.୭୦ପ. ବ୍ୟୟ ବରାଦ ହୋଇଅଛି । ରଣପୁର ବ୍ଲକ୍ ଅଂଚଳରେ କାର୍ଯ୍ୟ କରୁଥିବା ଅଙ୍ଗନୱାର୍ଡିକେନ୍ଦ୍ର ଗୁଡିକରେ ପାଖାପାଖି ୮ହଜାର ଶିଶୁ ରହୁଛନ୍ତି । ଅଙ୍ଗନୱାର୍ଡି କର୍ମୀମାନେ ପ୍ରତି ପିଲାଙ୍କ ଘରକୁ ୧୫ ଦିନ ପାଇଁ ଅର୍ଥାତ୍ ଏପ୍ରିଲ ମାସର ପ୍ରତ୍ୟେକ ପିଲାଙ୍କ ପିଛା ଶୁଖିଲା ଖାଦ୍ୟର ତାଲିକା ତଦ୍ ସହିତ ଏପ୍ରିଲ ମାସର ଶୁଖିଲା ଖାଦ୍ୟ ସମନ୍ୱିତ ଶିଶୁବିକାସ ଯୋଜନା ଅଧିକାରିଙ୍କ ନିର୍ଦ୍ଦେଶ କ୍ରମେ ପ୍ରାକ୍ ବିଦ୍ୟଳୟକୁ ନିୟମିତ ଆସୁଥିବା ଶିଶୁ ମାନଙ୍କୁ ତାଲିକା ଅନୁଯାୟି ରଣପୁର ବ୍ଲକ ଅଧିନରେ ଥିବା ସମସ୍ତ ଅଙ୍ଗନୱାର୍ଡି କେନ୍ଦ୍ର ଓ ମିନି ଅଙ୍ଗନୱାର୍ଡି କେନ୍ଦ୍ରରେ ଶୁଖିଲା ଖାଦ୍ୟ ବନ୍ଟନ କରାଯାଇଅଛି । ଚାଉଳ ଓ ଅଣ୍ଡା, ଡାଲି ଏବଂ ତାଙ୍କର ଆବଶ୍ୟକ ମୁତାବକ ସମସ୍ତ ଶୁଖିଲା ଖାଦ୍ୟ ଦେଇଛନ୍ତି ।
ଏ ସମ୍ପର୍କେ ନୟାଗଡ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଭୋଳେଶ୍ୱର କଅଁରଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିବାରେ କୁହନ୍ତି ଯେ ପ୍ରତି ପିଲା ପରିବାରକୁ ଚାଉଳ,ଅଣ୍ଡା,ଡାଲି, ପରିବା ତେଲ ମସଲା ଓ ଜଳଖିଆ ପ୍ରସ୍ତୁତ କରି ଶିଶୁ ମାନଙ୍କୁ ପ୍ରଦାନ କରିବେ । ଏହିଭଳି ଶିଶୁ ଖାଦ୍ୟର ଲୁଟ୍ ର ଅଭିଯୋଗ ନାହିଁ ବୋଲି ଅଭିଭାବକ ମାନେ କହିଛନ୍ତି । ଅଙ୍ଗନୱାର୍ଡି କର୍ମୀମାନେ ନିଜର କାମକୁ ସୂଚାରୁ ରୁପେ ତୁଲାଇ ଥିବାର ଅଭିଭାବକ ମାନେ ମତ ପ୍ରକାଶ କରିଛନ୍ତି ।
ଏପ୍ରିଲ ମାସର ପ୍ରତ୍ୟେକ ପିଲାଙ୍କ ପିଛା ଶୁଖିଲା ଖାଦ୍ୟର ତାଲିକା
୧. ଚାଉଳ – ୮୦ ଗ୍ରାମ ୨୫, ଦିନ -୨.୦୦୦କେଜି
୨. ହରଡ ଡାଲି – ୩୦ ଗ୍ରାମ ୩ ଦିନ ,୯୦ଗ୍ରାମ
୩. ୩,ତେଲ – ୩ଗ୍ରାମ ୨୫, ଦିନ -୦୭୫ଗ୍ରାମ
୪. ଅନ୍ୟାନ୍ୟ ମସଲା – ୨ଗ୍ରାମ ୨୫, ଦିନ – ୫୦ ଗ୍ରାମ
୫. ଲୁଣ – ୧ଗ୍ରାମ ୨୫, ଦିନ – ୦୭୫ ଗ୍ରାମ
୬. ଆଳୁ – ୩୦ଗ୍ରାମ ୨୫, ଦିନ – ୭୫୦ଗ୍ରାମ
୭. ଅନ୍ୟ ପରିବା – ୧୩ଦିନ – ୩୦୦ଗ୍ରାମ
୮. ଟମାଟୋ – ୧୫ ଗ୍ରାମ ୧୩, ଦିନ – ୧୯୫ଗ୍ରାମ
୯. ଅଣ୍ଡା – ୨୨ଟା
୧୦. ପିଆଜ – ୧୦ଗ୍ରା ୨୨, ଦିନ -୨୨୦ଗ୍ରାମ
୧୧. ଜାଳେଣି – ୫୦ -୨୫ଦିନ – ୧୨ଟ.୫୦ପସା
ସକାଳ-ଜଳଖିଆ
୧୨. ଅଟା ବେସନ ଲଡୁ – ୭ଟି,
୧୩. ଚୁଡା ,ଗୁଡ , ବାଦାମ ଲଡୁ – ୯ ଟି
୧୪. ଗଜା ମୁଗ – ୧୫ ,୯ଦିନ -୧୩୫ଗ୍ରାମ
୧୫. ଗୁଡ – ୦.୫ଗ୍ରା , ୯ଦି – ୪୫ଗ୍ରାମ