No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୩ ଜୁଲାଇ , ମଙ୍ଗଳବାର ) ପାଟଣାଗଡ଼ :- ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଣୀତ ଗରିବ ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେଇଥାନ୍ତି । ଯାହାଫଳରେ ଶ୍ରମିକ ମାନେ ବାହାର ରାଜ୍ୟକୁ ନଯାଇ ନିଜ ଭିଟାମାଟି ରେ ରହି ସରକାର ଙ୍କ ମନେରେଗା ଯୋଜନାରେ କାମ କରିବା ସହ ନିଜ ପରିବାର ପ୍ରତିପୋଷଣ ଦିଗରେ ସହାୟକ ହୋଇଥାଏ । ମନରେଗା କାର୍ଯ୍ୟ ର ସହଯୋଗ ତଥା ଦେଖଭାଲ କରିବା ପାଇଁ ସରକାର ପ୍ରତି ଗ୍ରାମରେ ଦୁଇଜଣ ଗାଁ ସାଥି ନିଯୁକ୍ତି କରିଅଛନ୍ତି ।
ହେଲେ ଗାଁ ସାଥି ମନେରେଗା ଯୋଜନାରେ କାମ କରୁଥିବା ଶ୍ରମିକମାନେ ପାରିଶ୍ରମିକ ଟଙ୍କା ବର୍ଷ ବର୍ଷ ଧରି ପାଉନଥିବା ବେଳେ କାମ କରୁନଥିବା ଶ୍ରମିକ ଙ୍କ ନାମରେ ଥିବା ପାସ୍ ବୁକ୍ ରେଟଙ୍କା ଜମା ହେଉଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ନିଜେ ନିଜର ପରିବାର ସମ୍ପକିୟ ଲୋକ ଙ୍କ ନେଇ କାମ ଦାବି କରିବା ଏବଂ ଉକ୍ତ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ଲଗାଇ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବେଲପଡା ବ୍ଳକ ଧୁମାଭଟା ପଞ୍ଚାୟତ ଖଲଖଲି ଗାଁ ରେ ଅଲ୍ଲି ମହାକୁର ପିତା.ବୁଣକୁ ମହାକୁର ଗାଁ ସାଥି ଭାବେ କାର୍ଯ୍ୟରତ ଅଛି ।
ସରକାରୀ ନିୟମ ଅନୁସାରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ପାଣି ସୁବିଧା ବିଶ୍ରାମ ସୁବିଧା କରିବା ସହ ଆଘାତ ହେଲେ ଯତ୍ନ ନେବା ଦରକାର । ପାରିଶ୍ରମିକ ଟଙ୍କା ଠିକ୍ ସମୟରେ ପକାଇବା କିନ୍ତୁ ତାହା ନ କରିବା ଯୋଗୁଁ ଆମ୍ଭେ ଦୁଃଖିତ । ତାର ସମ୍ପର୍କୀୟ ମାନଙ୍କୁ ବିନା ପରିଶ୍ରମରେ ଜବ କାର୍ଡ ଆଣୁଛି ବୋଲି ଗ୍ରାମବାସୀ କହିଛନ୍ତି । ତାହାର କାର୍ଯ୍ୟ କଳାପ ରେ ସମ୍ପୂର୍ଣ୍ଣ ଗ୍ରାମବାସୀ ଅସନ୍ତୋଷ ଅଛୁ ସେଥିପାଇଁ ଆଜି ତାର ବହିଷ୍କାର ଦାବି ରେ ବେଲପଡା ବ୍ଳକ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଘଟଣା ର ତଦନ୍ତ କରି ଗାଁ ସାଥି କୁ ବହିଷ୍କାର ନ କଲେ ଆଗାମୀ ଦିନରେ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । (ରିପୋର୍ଟ – ଗୋରେଖନାଥ ବରିହା)
No Result
View All Result