No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୩ ଜୁଲାଇ , ମଙ୍ଗଳବାର ) ପାଟଣାଗଡ଼ :- ପାଟଣାଗଡ଼ ବ୍ଳକ ମରୁଆ ପଞ୍ଚାୟତ ଗଞ୍ଜାଉଡାର ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସେବା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ ସେବା ଚାରିଟେବୁଲ୍ ଟ୍ରଷ୍ଟ ର ଉପସଭାପତି ଗିରି ରାଜ ଭୋଇ ,ମରୁଆ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ବିଶି , କୁମାରୀ ସେବିକା ରାଜହଂସ ଯୋଗ ଦେଇଥିଲେ ।

ଆଜି ର ଏହି ମହତ୍ କାର୍ଯ୍ୟ ରେ ପରିବେଶ ପ୍ରଦୂଷଣ ରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣ ସଂରକ୍ଷଣ କରିବା ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବିଭିନ୍ନ ପ୍ରକାରର ଫଳ ଫୁଲ ଔଷଧୀୟ ଚାରା ରୋପଣ କରାଯାଇଥିଲା ।

ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ଆଗାମୀ ଦିନ ପାଟଣାଗଡ଼ ବ୍ଳକ ର ବିଭିନ୍ନ ବିଦ୍ୟାଳୟ ଓ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବାକୁ ସେବା ଚାରିଟେବୁଲ୍ ଟ୍ରଷ୍ଟ ସଭାପତି ସୁନୀଲ ସିଂ ସୂଚନା ଦେଇଛନ୍ତି । (ରିପୋର୍ଟ – ଗୋରେଖନାଥ ବରିହା )
No Result
View All Result