କୋରାଇ (ଓଡଶା ତାଜା ନ୍ୟୁଜ୍ ) କୋରାଇ 5.4.2020 ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ :- ଯାଜପୁର ଜିଲାର ବ୍ରହ୍ମବରଦା ଅଂଚଳରୁ ଜଣେ ହୋଇଥିବାରୁ ଜିଲାର ପ୍ରମୁଖ ସହର ଓ ଦିଲ୍ଳୀ ନିଜାମଉଦ୍ଦିନ ଧର୍ମୀୟ ସମ୍ମିଳନୀରେ ଯୋଗ ଦେଇଥିବା ସଂଖ୍ୟାଲଘୁ ଥିବା ଅଂଚଳକୁ ଶନିବାର ରାତି ୮ରୁ ୪୮ଘଂଟା ପାଇଁ ଜିଲାପାଳ ରଞ୍ଜନକୁମାର ଦାସ ‘ସଟ ଡାଉନ’ କରିଛନ୍ତି । ଏହିକ୍ରମରେ କୋରାଇ ବ୍ଲକର ମୁଖ୍ୟାଂଚଳ, ସାଦକପୁର ପଂଚାୟତ ଓ ପାଣିକୋଇଲି ବଜାରକୁ ‘ସଟ ଡାଉନ’ ଘୋଷଣା ହୋଇଥିବାରୁ ତାହା ରବିବାର ଜନ ଶୂନ୍ୟ ହୋଇ ପଡିଛି । ହେଲେ କୋରାଇର ଶଙ୍ଖଚିଲା ବଜାରକୁ ପଂଚାୟତର ସରପଂଚଙ୍କ ଘୋଷଣା ଅନୁଯାଇ ‘ସଟ ଡାଉନ’ ପୂର୍ବକ ଆଜି ପୂର୍ବାହ୍ଣରେ ବନ୍ଦ ରହିଥିଲା ।
ଏନେଇ ଘଟଣା ସ୍ଥଳେ ମୃଦୁ ଉତେଜନା ପ୍ରକଶ ପାଇଥିଲା ବେଳେ ମାଆ ହିଙ୍ଗୁଳାଙ୍କ ପୂଜାରେ ବାଧା ଉପୁଯିବା ନେଇ ବିଭିନ୍ନ କମିଟି ଓ ବୁଦ୍ଧଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶଙ୍ଖଚିଲା ‘ସଟ ଡାଉନ’ ହେବା ପ୍ରଶାସନର ଘୋଷଣା ନାମାରେ ନଥିଲା ବେଳେ କାହାକି ଏଅଂଚଳକୁ ‘ସଟ ଡାଉନ’ କରାଗଲା ବୋଲି କେତେକ ବୁଦ୍ଧିଜୀବୀ ସ୍ଥାନୀୟ ସରପଂଚଙ୍କୁ ପଚାରିଥିଲେ । ସରପଂଚ ମହୋଦୟ ଶଙ୍ଖଚିଲା ଫାଣ୍ଡି ପୁଲିସର ସୂଚନା କ୍ରମେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଶନିବାର ଶଙ୍ଖଚିଲା ବାଜାର ‘ସଟ ଡାଉନ’ ହୋଇ ରହିବ ବୋଲି ଘୋଷଣା କରିଥିଲେ । ହେଲେ ବୁଦ୍ଧିଜୀଜୀଙ୍କ ଚାପାରେ ବାଧ୍ୟହୋଇ ସରପଂଚ କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧାଙ୍କୁ ପଚାରି ବୁଝିବାରୁ ଶଙ୍ଖଚିଲା ବଜାର ‘ସଟ ଡାଉନ’ ହେଇ ନଥିବା ସୂଚନା ଦେଇଥିଲେ । ଫଳରେ ସରପଂଚ ମହୋଦୟ ପୁର୍ନବାର ଡାକବାଜି ଯନ୍ତ୍ର ସାହାଯ୍ୟରେ ଶଙ୍ଖଚିଲା ବାଜାର ‘ସଟ ଡାଉନ’ ପରିବର୍ତେ ପୂର୍ବପରି ‘ଲକ ଡାଉନ’ ହୋଇ ରହିଲା ବୋଲି ଘୋଷଣା କରିଥିଲେ । ତଦନୁଯାୟୀ ସକାଳ ୬ଟାରୁ ୧୦ଟାଯାଏ