କୋରାଇ (ଓଡଶା ତାଜା ନ୍ୟୁଜ୍ ) କୋରାଇ 5.4.2020 ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ :- ବିଶ୍ୱ ମହାମାରୀ କରୋନା ରୋଗୀ ଦେଶରେ କ୍ରମଶଃ ବଢିଯାଲିଥିଲା ବେଳେ ରାଜ୍ୟରେ ୨୦ଜଣ ଆକ୍ରନ୍ତ ଥିବା ଜଣା ପଡିଛି । ସେଥି ମଧ୍ୟରୁ ଯାଜପୁର ଜିଲାର ବ୍ରହ୍ମବରଦା ଅଂଚଳରୁ ଜଣେ ହୋଇଥିବାରୁ ଜିଲାର ପ୍ରମୁଖ ସହର ଓ ଦିଲ୍ଳୀ ନିଜାମଉଦ୍ଦିନ ଧର୍ମୀୟ ସମ୍ମିଳନୀରେ ଯୋଗ ଦେଇଥିବା ସଂଖ୍ୟାଲଘୁ ଥିବା ଅଂଚଳକୁ ୪୮ଘଂଟା ପାଇଁ ‘ସଟ ଡାଉନ’ କରାଯାଛି । ୨୨ତାରିଖ ‘ଜନତା କର୍ଫୁ’ ଓ ତାପର ଠାରୁ ‘ଲକ ଡାଉନ’ ହୋଇଥିଲା ବେଳେ ଜିଲାପାଳ ରଞ୍ଜନକୁମାର ଦାସ କୋରାଇ ବ୍ଲକର ମୁଖ୍ୟାଂଚଳ, ସାଦକପୁର ପଂଚାୟତ ଓ ପାଣିକୋଇଲି ବଜାରକୁ ‘ସଟ ଡାଉନ’ ଘୋଷଣା କରିଛନ୍ତି ।
ଏହା ଆଜି (ଶନିବାର) ରାତି ୮ଟାରୁ ଆରମ୍ଭ ହୋଇ ୬ତାରିଖ ସୋମବାର ରାତି ୮ଟା ଯାଏ ବଳବତର ରହିବ । ଏହି ସମୟରେ ଲୋକମାନେ କେହି ବାହରକୁ ବାହାରି ପାରିବେ ନାହିଁ କି ଦୋକାନ ବଜାର ଖୋଲାଯାଇ ପାରିବ ନାହିଁ । କେବଳ ନିର୍ଦ୍ଧିଷ୍ଟ କେତୋଟି ମେଡିସନ ଦୋକାନ, ପେଟ୍ରୋଲ ପମ୍ପ, ଡାକ୍ତରଖାନା, ରେଲବାଇ, ପାଣିଯୋଗାଣ, ପୁଲିସ, ଅଗ୍ନିସମ, ଯୋଗାଣ ବିଭାଗ, ବିଦ୍ୟୁତ ସରବରାହ ଓ ବିତରଣ କେନ୍ଦ୍ର ଆଦି ଖୋଲା ରହିବାକୁ ଥିଲା ବେଳେ ପୁଲିସ ଦ୍ୱାରା ଅନୁମୋଦିତ ଗଣମାଧ୍ୟମ ପ୍ରତିନିଧି ଓ ମାଲ ପରିବହନ କରୁଥିବା ଗାଡି ହିଁ କେବଳ ଚଳାଚଳ କରିପାରିବେ । ଏହି ଅବସରରେ ବ୍ୟକ୍ତିଗତ ଓ ସାମୂହିକ ହିତଦୃଷ୍ଟିରୁ ସମସ୍ତେ ଘରେ ରହି ସଚେତନ ପୂର୍ବକ ସତର୍କ ରହିବା ଜରୁରୀ ବୋଲି କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧା ଅଂଚଳବାସୀଙ୍କୁ ନିବେଦନ କରିଛନ୍ତି । ଯଦି କେହି ‘ସଟ ଡାଉନ’ ସମୟରେ ନିୟମ ବହିର୍ଭୁତ କାର୍ଯ୍ୟକେରେ ତେବେ ପ୍ରଶାସନ ପକ୍ଷରୁ ଦୃଢକାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି ।