No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର) ପାଟଣାଗଡ :- ଓଡ଼ିଶାର ସାଢେ଼ ୪ କୋଟି ଜନତାଙ୍କର ପ୍ରିୟ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନହିତକର ଯୋଜନା ରେ ଅନୁପ୍ରାଣିତ ହୋଇ ଖପ୍ରାଖୋଲ ବ୍ଳକ ଦମାଇପାଲି ପଞ୍ଚାୟତ ର ଚାଷୀ ନେତା ତଥା ବିଶିଷ୍ଟ ଜଣାଶୁଣା ବିଜେପି ନେତା କନ୍ଦର୍ପ ସୁଆର ଙ୍କ ସମେତ ପ୍ରାୟ ୬୮ଜଣ ଓ ଖପ୍ରାଖୋଲ ପଞ୍ଚାୟତ ର ୮ ବିଜେପି କର୍ମୀ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଉପସ୍ଥିତ ରେ ଖପ୍ରାଖୋଲ ବିଜେଡି କାର୍ଯ୍ୟାଳୟରେ ଯୋଗଦାନ କରିଥିଲେ ।

ବିଧାୟକ ଶ୍ରୀ ମେହେର ବିଜେପି କର୍ମୀ ମାନେ ବିଜୁ ଜନତା ଦଳ ରେ ଯୋଗଦାନ କରିଥିବା ରୁ କର୍ମି ମାନଂକୁ ବିଜୁ ଜନତା ଦଳର ଶଂଖ ଚିହ୍ନ ରହିଥିବା ଚାଦର ସହ ଫୁଲ ମାଲ ଦେଇ ସ୍ବାଗତ କରିଥିଲେ। । ଖପ୍ରାଖୋଲ ଅଞ୍ଚଳରେ ଅନେକ ବିଜେପି କର୍ମୀ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦାନ କରୁଥିବା ରୁ ଆଗାମୀ ଦିନରେ ବିଜୁ ଜନତା ଦଳ ର ସଂଗଠନ ଆହୁରି ଆଗକୁ ସୁଦୃଢ ହେବ ବୋଲି ମତପ୍ରକାଶ ପାଉଛି । (ଗୋରେଖନାଥ ବରିହା )
No Result
View All Result