No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର) ଖୋର୍ଦ୍ଧା/ଜଟଣୀ :- ପବ୍ଲିକ ରାଇଟ୍ସ ଆସୋସିଏସନ ଓ କେନ୍ଦ୍ରୀୟ ମାନବ ଅଧିକାର ସଙ୍ଗଠନ ପକ୍ଷରୁ କରୋନାଯୋଦ୍ଧା ସମ୍ମାନପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଖୋର୍ଦ୍ଧା ଜିଲ୍ଲାର ଦୁଇ ଅଗ୍ରଣୀ ସ୍ବେସ୍ଛାସେବୀ ଅନୁଷ୍ଠାନ ପବ୍ଲିକ ରାଇଟ୍ସ ଆସୋସିଏସନ ଏବଂ ମାନବ ଅଧିକାର ସଙ୍ଗଠନ ପକ୍ଷରୁ ଗ୍ରାମର ଦୁଇଜଣ ସ୍ବେସ୍ଛାସେବୀ ମହମ୍ମଦ ଇଲିୟାସ ଓ ସାହା ଜଫର ଅଲ୍ଲୀଙ୍କୁ କରୋନାଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି ।

ନିରାଡ଼ମ୍ବର ଭାବେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅନନ୍ତ ପଟନାୟକ, ସଙ୍ଗଠନର ଜିଲ୍ଲା ଉପଦେଷ୍ଟା ହବିବୁର ରହେମାନ, ରାଜ୍ୟ ସମ୍ପାଦକ ବାସୁଦେବ ସେଠୀ, ଜିଲ୍ଲା ଉପ ସଭାପତି ସଂଜୀବ କୁମାର ଓ ବରିଷ୍ଠ ସାମ୍ବାଦିକ ଇଫତେଖାର ଅଲ୍ଲୀ (ବାବୁଲି) ପ୍ରମୁଖ ଯୋଗଦେଇ ଏହି ଦୁଇ ଯୋଦ୍ଧାଙ୍କୁ ମାନପତ୍ର,ଔପଢୌକନ ଦେଇ ସମ୍ମାନିତ କରିଥିଲେ। (ଖୋର୍ଦ୍ଧା-ଜଟଣୀ ରୁ ଇଫତେଖାର ଅଲ୍ଲୀ)

No Result
View All Result