No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ , ଶୁକ୍ରବାର ) ଭୁବନେଶ୍ୱର :- ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ପାଖେଇ ଆସୁଛି । ଭାରତର ଏହି ବହୁ ପ୍ରତିକ୍ଷୀତ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ବିପୁଳ ପରିମାଣର ରେ ଲୋକ ଯୋଗ ଦେଇଥାନ୍ତି । ମାତ୍ର କରୋନା ମହାମାରୀ କଟକଣାର ପ୍ରଭାବ ଯୋଗୁଁ ଶ୍ରଦ୍ଧାଳୁ ମାନେ ପ୍ରତ୍ୟକ୍ଷ ଭାବେ ଏହି ଉତ୍ସବରେ ସାମିଲ ହୋଇପାରିବେ ନାହିଁ ଓ ରଥ ଟାଣିପାରିବେ ନାହିଁ । ତେବେ ଗ୍ରାହକମାନେ ଯେଭଳି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ଦୈବୀ ଦର୍ଶନରୁ ବଂଚିତ ନହ୍ରୁଅନ୍ତି ତାହା ନିଶ୍ଚିତ କରିବା ଲାଗି ଭାରତର ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି । ଗ୍ରାହକମାନେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ସିଧାପ୍ରସାରଣ ଦେଖିପାରିବେ । ୱି ମୁଭିଜ୍ ଆଣ୍ଡ୍ ଟିଭି ଆପ୍ ଏବଂ ପୋର୍ଟାଲ୍ https://vimoviesandtv.in/ ଜରିଆରେ ଗ୍ରାହକମାନେ ସ୍ୱତନ୍ତ୍ର ଭାବେ ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦେଖିପାରିବେ ।
ଏ ସମ୍ପର୍କରେ ଶିବନ ଭାର୍ଗବ, କ୍ଲଷ୍ଟର ବ୍ୟବସାୟ ମୁଖ୍ୟ-ପୂର୍ବ, ଭୋଡାଫୋନ୍ ଆଇଡିଆ କହିଛନ୍ତି ଯେ, “ମହାପ୍ରଭୁ ଜଗନ୍ନାଥଙ୍କ ପୁରୀ ରଥଯାତ୍ରା ହେଉଛି ସବୁଠୁ ଶ୍ରଦ୍ଧେୟ ଓ ଅଧିକ ଲୋକ ଦେଖୁଥିବା ଭାରତର ଏକ ପର୍ବ । ଗ୍ରାହକ ମାନେ ୪ଜିରେ ଯେଭଳି ଅଧିକରୁ ଅଧିକ କିଛି କରିପାରିବେ ସେହି ଅର୍ଥପୂର୍ଣ୍ଣ ଭାବନା ନେଇ ଏହି ମେଗା ଉତ୍ସବରେ ଭର୍ଚୁଆଲ୍ ମାଧ୍ୟମରେ ୱି ମୁଭିଜ୍ ଆଣ୍ଡ୍ ଟିଭି ଆପ୍ ଓ ଅଫିସିଲ୍ ୱେବସାଇଟ୍ ଜରିଆରେ ଯେକୌଣସି ସ୍ଥାନରୁ ଅଂଶଗ୍ରହଣ କରିବା ଏବଂ ସାମିଲ ହେବା ପାଇଁ ମୁଁ ଶ୍ରଦ୍ଧାଳୁମାନଙ୍କୁ ଆମନ୍ତ୍ରଣ କରୁଛି । ୱି ଗ୍ରାହକମାନଙ୍କ ଲାଗି ଏହା ଏକ ସ୍ୱତନ୍ତ୍ର ଅଭିଯାନ । ସୁରକ୍ଷିତ ରୁହନ୍ତୁ ଓ ୱିର ଗିଗାନେଟ୍ ସହିତ ଯୋଗାଯୋଗରେ ରୁହନ୍ତୁ ।’’ ୨୦୨୧ ଜୁଲାଇ ୧୨ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସକାଳ ୮ଟାରୁ ଆରମ୍ଭ ହେବ ଏବଂ ସେହିଦିନ ୫ଟା ୩୦ ମିନିଟ୍ରେ ଶେଷ ହେବ । ରଥଯାତ୍ରାର ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ଶ୍ରଦ୍ଧାଳୁମାନେ ଦେଖିପାରିବେ । ସେହିପରି ଜୁଲାଇ ୨୦ରେ ବାହୁଡ଼ା ଦିନ ଗ୍ରାହକମାନେ ଅପରାହ୍ନ ୫ଟରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ, ଜୁଲାଇ ୨୧ରେ ସୁନା ବେଶ ଦିନ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଓ ଜୁଲାଇ ୨୩ରେ ନିଳାଦ୍ରୀ ବିଜେ ଦିନ ଅପରାହ୍ନ ୫ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ସିଧା ପ୍ରସାରଣ
No Result
View All Result