No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଶୁକ୍ରବାର ) ପାଟଣାଗଡ଼ :- କେନ୍ଦ୍ର ସରକାରଙ୍କ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜି ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଳକ କଂଗ୍ରେସ କମିଟି ସଭାପତି ପତିତପାବନ ପ୍ରଧାନ ଙ୍କ ନେତୃତ୍ବରେ ଅନୁଷ୍ଠିତ ସାଇକେଲ ଶୋଭାଯାତ୍ରା ରେ ରାମପୁର ଛକ ରୁ ବାହାରି ପାଟଣାଗଡ଼ ବ୍ଳକ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ ।
ଏଥିରେ ପିସିସି ସଭ୍ୟ ଅନିଲ କୁମାର ମେହେର , ସିଦ୍ଧାର୍ଥ ମିଶ୍ର,ନଗର କଂଗ୍ରେସ ସଭାପତି ଜୟକୃଷ୍ଣ ମେହେର ,ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ,ବିଦ୍ୟା ମେହେର ,ଅରୁ ମେହେର , ପ୍ରକାଶ ପଟ୍ଟନାୟକ , ସତ୍ୟନାରାୟଣ ବକୁଲ ,ପ୍ରେମା ସେଠ , ଆଦି ପାତ୍ର ,ତରୁଣ ବନଛୋର , ଯୁଧିଷ୍ଠିର ମେହେର ସହ ବହୁ କଂଗ୍ରେସ କର୍ମୀ ସାମିଲ ଥିଲେ । (ଗୋରେଖନାଥ ବରିହା )
No Result
View All Result