No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଶୁକ୍ରବାର ) ନୀଳଗିରି :- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାରା ରାଜ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ସାରା ରାଜ୍ୟରେ ବ୍ଲକ ଆଗରେ ଧାରଣା ଦିଆଯାଇ ବିକ୍ଷୋଭ କାର୍ଯ୍ୟକ୍ରମ ଜାରି ରହିଛି । ଅନୁରୂପ ଭାବେ ମଧ୍ୟ ଆଜି ନୀଳଗିରି ବ୍ଲକ ଆଗରେ ସ୍ଥାନୀୟ ବିଜେପି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଆଜି ଧାରଣା ଦିଆଯାଇଛି ।
ସମସ୍ତ ପଂଚାୟତର ବିଜେପି କର୍ମୀମାନେ ଏହି ଧାରଣାରେ ସାମିଲ ହୋଇଥିଲେ । ପରେ ଏକ ଦସ୍ତଖତ ସମ୍ବଳିତ ଅଭିଯୋଗ ପରେ ସ୍ଥାନୀୟ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ତେବେ କେନ୍ଦ୍ରୀୟ ଯୋଜନାକୁ ସଠିକ ରୂପାୟନ ହେଉନଥିବା ବିଧାୟକ ଅଭିଯୋଗ ଆଣିଥିଲେ । (ଦୀପ୍ତିମାନ ପତି, ବାଲେଶ୍ୱର )
No Result
View All Result