No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଶୁକ୍ରବାର) ନୟାଗଡ଼ :– ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମାନ୍ୟବର ମନ୍ତ୍ରୀ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନୟାଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ସର୍ବପ୍ରଥମେ ଓଡ଼ଗାଁ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଓଡ଼ଗାଁରେ ନିର୍ମାଣ ହୋଇଥିବା ରାମସାଗର ପାର୍କ ପରିଦର୍ଶନ କରି ଏହାର ବିକାଶ ଉପରେ ଆଲୋଚନା କରିଛନ୍ତି । ସେହିଭଳି ସ୍ଥାନୀୟ ରଘୁନାଥ ମନ୍ଦିରର ବିକାଶ ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ସ୍ଥାନୀୟ ତହସିଲଦାର, ବିଡିଓ,ଏନ.ଏ.ସିର ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଲୋକନାଥ ସାହୁ ଏବଂ ଶ୍ରୀ ବିଭୁପ୍ରସାଦ ସାହୁଙ୍କ ସହ ଆଲୋଚନା କରିଛନ୍ତି ।
ପରେ ପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନୟାଗଡ଼ ସର୍କିଟ ହାଉସକୁ ଆସି ଡ. ଅରୁଣ କୁମାର ସାହୁ ,ମାନ୍ୟବର ମନ୍ତୀ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ଉଚ୍ଚଶିକ୍ଷା , ଡା. ପୋମା ଟୁଡୁ , ଜିଲ୍ଲାପାଳ,ନୟାଗଡ଼ଙ୍କ ସହିତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଓ ସଂସ୍କୃତି ସଂପର୍କରେ ସମୀକ୍ଷା କରି ସଂସ୍କୃତି ଭବନର ଉନ୍ନତିକରଣ,ଶ୍ରୀ ଜଗନ୍ନାଥ ମନ୍ଦିରର ମରାମତି ଏବଂ ବେିଶେଷ କରି ବଲାଙ୍ଗିବନ୍ଧ ପାର୍କ ନିର୍ମାଣ ସଂପର୍କରେ ସମୀକ୍ଷା କରିଥିଲେ । ବଲାଙ୍ଗିବନ୍ଧ ପାର୍କର ଉନ୍ନତି କରଣ ପାଇଁ କିଭଳି ଅନୁଦାନ ମିଳିପାରିବ ସେ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହାପରେ ବଲାଙ୍ଗିବନ୍ଧ ପାର୍କକୁ ପରିଦର୍ଶନ କରି ଏହା ଯେପରି ନୟାଗଡ଼ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇପାରିବ ସେ ସଂପର୍କରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରିଥିଲେ । ମନ୍ତ୍ରୀ ଦ୍ୱୟ ବହୁ ସମୟ ଧରି ପାର୍କ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ତଦାରଖ କରି ଏହାର ଅଗ୍ରଗତି ସଂପର୍କରେ ଜିଲ୍ଲାପାଳ ଓ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଶଦ ଭାବରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ଏଚ.ଡି.ଧନରାଜ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଦେବଦତ୍ତ ରଥ, ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଜେନାଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ । ଆସନ୍ତା କାଲି ମାନ୍ୟବର ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କଂଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କରି ଏହାର ବିଭିନ୍ନ ଉନ୍ନତି କରଣ ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଅଛି ।
No Result
View All Result