No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) ବାଙ୍କୀ :- କୋଭିଡ କୁ ଗୋଷ୍ଠୀ ସଂକ୍ରମଣ ରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ସମୟରେ ତାଲା ବନ୍ଦ ନିୟମ କରିଥିବା ବେଳେ ଅଧିକାଂଶ ସ୍ଥାନରେ ପୋଲିସ ର ଓ ପ୍ରଶାସନିକ ଅଧିକାରୀ ଙ୍କ ଆନ୍ତରିକତା ଅଭାବ ରୁ କୋଭିଡ ନିୟମ ଫୁ କରାଯାଉଛି।କୋଭିଡ ନିୟମ ଅନୁଯାୟୀ ମନ୍ଦିର ଓ ଧର୍ମ ଅନୁଷ୍ଠାନ ବନ୍ଦ ରହିବା ସହ କେବଳ ସେବାୟତ ଙ୍କ ଦ୍ଵାରା ବିଧି ରେ ମନ୍ଦିର କାର୍ଯ୍ୟ ସମ୍ପନ୍ନ କରିବା ନିୟମ ଥିବା ବେଳେ ବାଙ୍କୀ ବ୍ଲକ ବୈଦେଶ୍ଵର ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ପଞ୍ଚାୟତ ର ପତନି ରଘୁନାଥ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
ବହୁ ସଂଖ୍ୟାରେ ଗ୍ରାମ ର ବ୍ୟକ୍ତି କୋଭିଡି କଟକଣା କୁ ଫୁ କରି ନାମ ସଂକୀର୍ତନ ନାମ କୀର୍ତନ ଆଉ ମଝିରେ ମଝିରେ ଗଞ୍ଜେଇ ଧୂପ ପାନ କରୁଥିବା ଗରମ କିଛି ବ୍ୟକ୍ତି ବାରମ୍ବାର ଅଭିଯୋଗ ବୈଦେଶ୍ୱର ଥାନା ରେ କରିଆସୁଛନ୍ତି।ଘଟଣା ସମ୍ବଦ୍ଧରେ ଦାୟିତ୍ୱରେ ରହିଥିବା ବୈଦେଶ୍ଵର ଥାନା ଅଧିକାରୀ ବସନ୍ତ ଶତପଥୀ ଙ୍କୁ ପଚାରିବାରୁ ସେ କହୁଛନ୍ତି କୋଭିଡି ନିୟମ ରେ କୌଣସି ଉଲଘ୍ନ କରି ନାହାଁନ୍ତି କୀର୍ତନ କାରି ମାନେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରକରୋନା ସଂକ୍ରମଣ ଚେନ କୁ ପ୍ରତିହିତ କରିବା ପାଇଁ ନିଜେ ନିୟମ ତିଆରି କରିଛନ୍ତି ଆଉ ସ୍ୱାଭାବିକ ପରିସ୍ଥିତ ନ ଆସିବା
ପର୍ଯ୍ୟନ୍ତ ମଠ ମନ୍ଦିର ସର୍ବସାଧାରଣ ଙ୍କ ପାଇଁ ରହିଛି ବନ୍ଦ ହେଲେ ଖୋଦ ସରକାରୀ ବାବୁ ତଥା ଆଇନ ର ରକ୍ଷକ ଖୋଦ ବୈଦେଶ୍ୱର ଥାନା ଅଧିକାରୀ ଙ୍କ ପିଲାଳିଆ ମନ୍ତବ୍ୟ ଯାହା ଅତି ହାସ୍ୟାସ୍ପଦ ଆଉ ଅଜ୍ଞାନୀ ର ପରିଚୟ ଦେଉଛନ୍ତି ବୋଲି ଗ୍ରାମ କିଛି ଯୁବବର୍ଗ ପ୍ରକାଶ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯଦି ମଠ ମନ୍ଦିର ରହିଛି ବନ୍ଦ ତେବେ ଏହି ପତନି ରଘୁନାଥ ମନ୍ଦିର ପରିସରରେ ପ୍ରତ୍ୟକ ଦିନ ସନ୍ଧ୍ୟା ରେ କିଭଳି ବହୁ ସଂଖ୍ୟାରେ ଗ୍ରାମବାସୀ ହେଉଛନ୍ତି ଏକତ୍ରି କରଣ ଆଉ କରୁଛନ୍ତି ଗଞ୍ଜେଇ ସେବନ କରି ନାମ ସଂକୀର୍ତନ।ଏହି ଘଟଣା ର କିପରି ବୈଦେଶ୍ଵର ପୋଲିସ ପାଖରେ
ନାହିଁ ଖବର କି ପୋଲିସ କେଉଁ ପ୍ରଭାବ ଶାଳୀ ନେତା କି କାହା ପ୍ରଭାବ ରେ ଏହି ଘଟଣା କୁ ଆଡେଇ ଦେଉଛନ୍ତି ତାହା ତଦନ୍ତ ସାପେକ୍ଷ। ଯଦି ଏଭଳି ଏକତ୍ରିତ ହୋଇ ବିନା ମାକ୍ସ ରେ ନାମ ଭଜନ କରିବେ ତେବେ କରୋନା ମହାମାରୀ ଗୋଷ୍ଠି ସଂକ୍ରମଣ ଆଶଙ୍କା କୁ ଏଡାଇ ଦେଇ ହେବ ନାହିଁ । ଏ ସମ୍ପର୍କରେ ବାଙ୍କୀ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଙ୍କୁ ପଚରିବାରୁ ସେ କହିଲେ ଏ ଘଟଣା ସମ୍ପର୍କରେ ବୈଦେଶ୍ୱର ଥାନା ଙ୍କୁ ଅବଗତ କରେଇବା ସହ ଉକ୍ତ ମନ୍ଦିର ରେ ହୋଇଥିବା କୋଭିଡ ନିୟମ କୁ କିପରି ଉଲଘଂନ କରାଯାଇଉଛି ତାହାର ତଦନ୍ତ କରାଯିବ । (ରିପୋର୍ଟ ଗୌତମ ମିଶ୍ର )
No Result
View All Result