No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) ବରଗଡ଼ :- ବରଗଡ଼ ଜିଲ୍ଲାପାଳ ତଥା ବରଗଡ଼ ପୈ।ର ପରିଷଦ ର ପ୍ରଶାସିକା ଶ୍ରୀମତୀ ମନିଷା ବାନାର୍ଜୀ ଆଜି ମଳ ଉପାଚାର ପ୍ଲାଣ୍ଟ ର ତଦାରଖ କରିଥିଲେ।। ଭଟଲି ବ୍ଲକ ଅନ୍ତର୍ଗତ ତେନ୍ତଲା ଗ୍ରାମ ନିକଟରେ ୨ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ମଳ ଉପାଚାର ପ୍ଲାଣ୍ଟ ର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରାରମ୍ଭିକ ପରୀକ୍ଷଣ ର ତଦାରଖ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ପ୍ଲାଣ୍ଟ ଦ୍ବାରା ଶୁଖିଲା ମଳକୁ କମ୍ପୋଷ୍ଟ ଖତ କରାଯାଇ ଜମିରେ ଉପଯୋଗ କରାଯାଇ ପାରିବ। ସେହିପରି ସେଥିରେ ଥିବା ପାଣିକୁ ମଧ୍ୟ ଜମି ରେ ମଡାଯାଇ ଜୈବିକ ସାର ର ଉପଯୋଗୀ ହୋଇପାରିବ । ଏହା ବ୍ୟତୀତ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ବରଗଡ଼ ପଞ୍ଚାୟତ କଲେଜ ନିକଟରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ୍ ପାର୍କ ଏବଂ ଜୀରା ନଦୀ ଉପରେ ନିର୍ମାଣଧିନ ଥିବା ନୂତନ ପୋଲର କାର୍ଯ୍ୟ କୁ ବୁଲି ଦେଖିଥିଲେ। ତେବେ ଠିକା ସଂସ୍ଥା ର କାର୍ଯ୍ୟ ଗତିରେ ମନ୍ଥରତା ଯୋଗୁଁ ଏହା ଆଗେଇ ପାରୁନଥିବା ଅନୁଭବ କରି ବିଭାଗୀୟ ଅଧିକାରୀ ମାନଙ୍କୁ ଏହାର କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result