No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୭ ଜୁଲାଇ , ବୁଧବାର ) ଓଡ଼ଗାଁ :- ଆଜି ଓଡ଼ଗାଁ ବ୍ଲକ ଗ୍ରସ୍ତରେ ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନନ୍ଦିଘୋର ପଞ୍ଚାୟତର ମନରେଗାରେ ନିର୍ମାଣ ହୋଇଥିବା ଖେଳପଡିଆ , ନେଳୀ ପୋଖରୀ , ପାଣିଖିଆ ପୋଖରୀ କାର୍ଯ୍ୟର ସମୀକ୍ଷା କରିବା ସହ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ବେଡ଼ ପୋଖରୀ ବୁଲି ଦେଖିଥିଲେ ।

ହରିହରପୁର ଠାରେ ଏକ ଛତୁ ଫାର୍ମ କୁ ମଧ୍ୟ ପରିଦର୍ଶନ କରିଥିଲେ । କୁରାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ରାବେରା ନୂତନ ପଞ୍ଚାୟତ ଗୃହ , ପନ୍ତିଖାରୀ ପୋଖରୀ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଗ୍ରସ୍ତରେ ବିଡ଼ିଓ ସ୍ବାତିଲେଖା ଦାସ , ତହସିଲଦାର ବିଜୟତା ସାମନ୍ତସିଂହାର , ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଗ୍ରସ୍ତ ସମୟରେ ଜନପ୍ରତିନିଧିମାନେ ଉପସ୍ଥିତ ରହିଥିବା ଜଣାଯାଇଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result