ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା, ବ୍ଲକ ଅନ୍ତର୍ଗତ ବନମାଳୀପୁର ଭାକରସାହି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଗୁରୁବାର ପୂର୍ବାହ୍ନରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଛି । ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଲିପାଟଣା ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ଓ ବନମାଳୀପୁର ମହାବିଦ୍ୟାଳୟର ସଂସ୍କୃତ ଶିକ୍ଷକ

ସୂର୍ଯ୍ୟ ନାରାୟଣ ପଣ୍ଡା ଯୋଗଦେଇ ହଜାର ହଜାର ବର୍ଷ ଧରି ସଂସ୍କୃତ ଭାଷା ତାର ସ୍ୱତନ୍ତ୍ରତା ବଜାୟ ରଖି ସମଗ୍ର ବିଶ୍ୱକୁ ପରିବାପ୍ତ ହୋଇଛି ଏବଂ ମୁନି ଋଷି ମାନଙ୍କ ଦ୍ୱାରା ଉଚ୍ଚାରିତ ଏହି ଭାଷା ଭାରତୀୟ ସଂସ୍କୃତିର ସୁରକ୍ଷା ସହିତ ଦେଶର ମୌଳିକତା ପ୍ରତିପାଦିତ କରିଛି ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସଂସ୍କୃତରେ ପ୍ରାଞ୍ଜଳ ଭାବେ ଭାଷଣ ଦେବା ସହିତ ସଂସ୍କୃତ ସଂଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ । ଛାତ୍ରୀ ଜ୍ୟୋତି ଜେଠୀ ଓ ସ୍ୱାତୀ ସ୍ଵାଗତିକା ଜେଠୀ ସଂସ୍କୃତ ଭାଷାରେ କାର୍ଯ୍ୟକ୍ରମକୁ ଉପସ୍ଥାପିତ କରିଥିଲେ ।
ସଂସ୍କୃତ ଶିକ୍ଷଳ ଶେଷଦେବ ପରିଡାଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ଦାସ, ସୁଶ୍ରୀ ସଂଗୀତା ବିଶ୍ୱାଳ, ରାଜଶ୍ରୀ ବେହେରା, ରଜନୀ ସାହୁ, ମୋନାଲିସା ରଥ ଶୁଭଙ୍କରୀ ବେହେରା, ସରସୀ ଦାସ ସାବିତ୍ରୀ ପ୍ରଧାନ ସସ୍ମିତା ସାହୁ ବର୍ଷା ରାଣୀ ଦଳାଇ, ଶିକ୍ଷକ ରମାକାନ୍ତ ସାହୁ, ରାକେଶ ଦାସ ସୁଧୀର ପ୍ରଧାନ ଓ ସର୍ବେଶ୍ୱର ବୈଠାରୁ ପ୍ରମୁଖ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଉପହାରମାନ ପ୍ରଦାନ କରାଯାଇଥିଲା ।














