No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୭ ଜୁଲାଇ , ବୁଧବାର ) ଓଡ଼ଗାଁ :- ବିବାହ କାର୍ଯ୍ୟରେ ବରକନ୍ୟାଙ୍କୁ ଅତିଥିମାନେ ଅନେକ ପ୍ରକାରର ଉପହାର ଦେଇଥାନ୍ତି । କିଏ ଲଫାପା ଭିତରେ ଅର୍ଥ ରାଶି ତ ଆଉ କିଏ ଘରକରଣା ଜିନିଷ ପତ୍ର ଠାରୁ ଆରମ୍ଭ କରି ସୁନା ଅଳଙ୍କାର । କିନ୍ତୁ ହେଲେ ଆଜି ଏମିତି ଏକ ନିଆରା ଢଙ୍ଗରେ ବରକନ୍ୟାଙ୍କୁ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି କୁରାଳର ପରିବେଶବିତ ସୁକାନ୍ତ ଚୌଧୁରୀ । ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ବାଘୁଆଛକର ବ୍ୟବସାୟୀ ପ୍ରଭାତ ପାତ୍ରଙ୍କ ବିବାହ କାର୍ଯ୍ୟରେ ପରିବେଶବିତ ସୁକାନ୍ତ ଚୌଧୁରୀ ଯୋଗ ଦେଇ ,

ପରିସ୍ଥିତି କୁ ଆଖି ଆଗରେ ରଖି ଉଭୟ ବର କନ୍ୟାଙ୍କୁ କରୋନା କବଚ ମାକ୍ସ, ସାନିଟାଇଜର ,୧୦୦୦ ଟଙ୍କାର ଦୁର୍ଘଟଣା ବୀମା ବରକନ୍ୟାଙ୍କୁ ଉପହାର ଦେବା ସହିତ ମହିଶୁର ରାଜା ଓ ମହିଶୁର ରାଣୀ ଫୁଲଗଛ ପ୍ରଦାନ କରିଛନ୍ତି ।ଓଡ଼ଗାଁ ବରିଷ୍ଠ ବୀମା କର୍ମଚାରୀ ପ୍ରଦୀପ କୁମାର ଦାସ ଉକ୍ତ କାର୍ଯ୍ୟରେ ଉପସ୍ଥିତ ଥିବାବେଳେ ବିବାହ ବେଦୀରେ ବର କନ୍ୟାଙ୍କୁ ଏଭଳି ଉପହାରକୁ ଉପସ୍ଥିତ ବନ୍ଧୁବାନ୍ଧବ ଓ ବୁଦ୍ଧିଜୀବୀ , ପରିବେଶପ୍ରେମୀ ଏବଂ ସାମାଜିକ କର୍ମୀ ପ୍ରଶଂସା କରିଛନ୍ତି । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result