No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର ) ହିଞ୍ଜିଳିକାଟୁ :-ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜଙ୍ଗଲର ସୁରକ୍ଷା,ଚାରା ରୋପଣ ମାଧ୍ୟମରେ ନୁଆଁ ନୁଆଁ ଜଙ୍ଗଲ ସୃଷ୍ଟି ସହ ପରିବେଶ ସୁରକ୍ଷା ଓ ଜନସଚେତନତା ନିମନ୍ତେ ସାରା ରାଜ୍ୟରେ ଜୁଲାଇ ପହିଲା ଠାରୁ ସପ୍ତାହେ ଧରି ପାଳିତ ହେଉଛି ବନ ମହୋତ୍ସବ।ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ହିଞ୍ଜିଳିକାଟୁ ବନ ବିଭାଗ ପକ୍ଷରୁ ଲଣ୍ଡା ପାହାଡ଼ ଓ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି ।
ହିଞ୍ଜିଳିକାଟୁ ଜଙ୍ଗଲ ଓ ପରିବେଶ ବିଭାଗ ବିଟ ହାଉସର ଭାରପ୍ରାପ୍ତ ବନପାଳ ଏନ.ବାଲାଜି ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ଲଣ୍ଡା ପାହାଡରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ମାର୍ଥା,ବିଡ଼ିଓ ସୁବ୍ରତ କୁମାର ଜେନା,ସମାଜସେବୀ ଶୈଳେନ୍ଦ୍ର ଚୌଧୁରୀ, ଡି. ନାରାୟଣଙ୍କ ସମେତ ବନ କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ ପ୍ରଜାତିର ବୃକ୍ଷର ଚାରା ରୋପଣ କରିଥିଲେ।ସେହିପରି ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଇକୋ କ୍ଲବ ସଦସ୍ୟ ମାନେ ନିମ୍ବ,କଦମ୍ବ ବେଲ ଆଦି ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷର ଚାରା ରୋପଣ କରିଥିଲେ ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result