No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ବାଙ୍କୀ :- ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତ ରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଉନ୍ନୟନ ମୂଳକକାର୍ଯ୍ୟ ରେ ବ୍ୟାପକ ହରିଲୁଟ ଅନିୟମିତତା କୁ ନେଇ ପଞ୍ଚାୟତରାଜ ବିଭାଗ ସଚିବ ଓ ମୋ ସରକାର ୫ଟି ସଚିବ ଙ୍କ ନିକଟରେ ଅଭିଯୋଗ ଗ୍ରାମବାସୀ କରିଛନ୍ତି।ସୂଚନା ମୁତାବକ ତାଳବସ୍ତ ପଞ୍ଚାୟତ ସ୍ଥିତ ସାମନ୍ତରାପୁର ଗ୍ରାମରେ ଥିବା ଇନ୍ଦିରା ପ୍ରିୟଦର୍ଶିନୀ ହରିଜନ ଆଦିବାସୀ ଉଚ୍ଚ ବିଦ୍ୟାଳୟ ର ଖେଳପଡ଼ିଆ ନିର୍ମାଣ ନିମନ୍ତେ ଆସିଥିବା ଅର୍ଥକୁ ହରିଲୁଟ ଓ ଆତ୍ମସାତ ହୋଇଥିବା ସୂଚନା ପାଇ ଗ୍ରାମର ସୁରେନ୍ଦ୍ର ବେହେରା ସୂଚନା ଅଧିକାର ଆଇନ ରେ ତଥ୍ୟ ମାଗିଥିଲେ ।

ସରକାରୀ ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ବିଦ୍ୟାଳୟ କୁ ମନରେଗା ଯୋଜନାରେ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଖେଳ ପଡିଆ ନିର୍ମାଣ ନିମନ୍ତେ ୨୦୨୧/୨୨ ମସିହାରେ ୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ଉକ୍ତ ବିଦ୍ୟାଳୟ ପରିସର ଖେଳପଡ଼ିଆ ନିମନ୍ତେ ଆସିଥିବା ଅର୍ଥ ରେ କୌଣସି ଉର୍ଣ୍ଣତି ମୂଳକ କାର୍ଯ୍ୟ କରା ନ ଯାଇ ମାତ୍ର ୪ଟି ଛୋଟ ଛୋଟ ପିଣ୍ଡି ନିର୍ମାଣ କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ସୂଚନା ଅଧିକାର ନିୟମ ଜରିଆରେ ଜଣା ପଡିଥିଲା । ଅଭିଯୋଗ ପତ୍ର ପଞ୍ଚାୟତ ରାଜ ବିଭାଗ, ,ଖୋର୍ଦ୍ଧା ଭିଜିଲାନ୍ସ ଅଧିକାରୀ ଏବଂ ବାଙ୍କୀ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
କଟକ ଜିଲ୍ଲାପାଳ, କଟକ ପ୍ରକଳ୍ପ ନିର୍ଦ୍ଦେଶ ଅଧିକାରୀ କିମ୍ବା ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ତାଳବସ୍ତ ପଞ୍ଚାୟତରେ ହୋଇଥିବା ବିଭିନ୍ନ କାର୍ଯ୍ୟର ସ୍ୱତନ୍ତ୍ର ତଦନ୍ତ କରାଯିବା ଆବଶ୍ୟକ। ସରପଞ୍ଚ ଦିନବନ୍ଧୁ ସାହୁ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ବା ସହ ତାଙ୍କ କାର୍ଯ୍ୟ ର ତଦନ୍ତ ଦାବି କଲେ ଉକ୍ତ ଗ୍ରାମର ମୁନା ନାୟକ ,ସନ୍ତୋଷ ରଣା ଓ ଅନୁପ ସାହୁ ଙ୍କ ସମିତ ବହୁ ବୁଦ୍ଧି ଜୀବୀ।ଉକ୍ତ ପଞ୍ଚାୟତ ରେ ହୋଇଥିବା ମନରେଗା ପଡିଆ ଦୁର୍ନୀତି ଲୋକଲୋଚନକୁ ଆସିବା ସହ ଏହାର ତଦନ୍ତ କରାଯିବା ପାଇଁ ଗ୍ରାମର ବସନ୍ତ ଦାସ,ରଞ୍ଜନ ନାୟକ,ସନ୍ତୋଷ କୁମାର ରଣା ମୋ ସରକାର ତାଥା ୫ଟି କୁ ଅଭିଯୋଗ କରିବା ସହ ମୋ ସରକାର ର ସାଧୁତା କାର୍ଯ୍ୟ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
No Result
View All Result