No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ବାଙ୍କୀ :- ଆଜି ୭୨ ତମ ବନ ମହୋତ୍ସବ ସପ୍ତାହ ପାଳନ ଡମପଡା ବନାଞ୍ଚଳ ପକ୍ଷରୁ ଡମପଡାବି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ଡମପଡା ଅଗ୍ନିଶମ ବିଭାଗ ର ମୁଖ୍ୟ ବସନ୍ତ କୁମାର ପାତ୍ର ଅତିଥି ଭାବେ ଯୋଗଦେଇ ଆଜିର ସମୟରେ ବୃକ୍ଷ ରୋପଣ କରବା ଆବଶ୍ୟକ ପ୍ରତ୍ୟେକ ବ୍ୟକ୍ତି
ନିଜ ନିଜ ବାଡ଼ି ରେ ବୃକ୍ଷ ରୋପଣ କରିବା ପାଇଁ ପଣ କରିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମ ଡମପଡା ଫରେଷ୍ଟର ରାକେଶ ସ୍ୱାଇଁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ୧୦୦ ଗୋଟି ଅଶୋକା ,ଜାମୁ ,ବଉଳ ,କୃଷ୍ଣ ଚୁଡା ବୃକ୍ଷ ଚାରା ରୋପଣ କରାଯାଇଥିଲା । ଅଗ୍ନିଶମ ବିଭାଗ ର କର୍ମଚାରୀ ଓ ଡମପଡାବନାଞ୍ଚଳ କର୍ମଚାରୀ କୋଭିଡ ନିୟମ ଅନୁସାରେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
No Result
View All Result