No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର) ପାଟଣାଗଡ଼ :- ବ୍ଲକ ଦନ୍ଦରାବାହାଲ ଗୋଣ୍ଡ ଭବନ ଠାରେ ଆଜି ଅଖିଲ ଭାରତୀୟ ଗୋଣ୍ଡୱ।ନା ଗୋଣ୍ଡ ସମାଜ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ୱରେ ସବୁଜ ସୁନ୍ଦର କରିବାର ସଂକଳ୍ପ ନେଇ ପରିସର ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାଯ୍ୟର୍କ୍ରମରେ ମୁଖ୍ଯ ଅତିଥିଭାବେ ଯୋଗଦେଇଥିଲେ ଜିଲ୍ଲା ମହା ସଚିବ ରାମ ଚନ୍ଦ୍ର ଧରୁଆ, ପାଟଣାଗଡ ବ୍ଲକ ଆୟୋଜନ ସମିତି କୋଷାଧ୍ୟକ୍ଷ ଲେକୃ ଧରୁଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବେଶ ପ୍ରଦୂଷଣ ରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣ ର ଆବଶ୍ୟକ ରହିଛି ଏବଂ ପରିବେଶ ସୁରକ୍ଷା ଦିଗରେ ସମସ୍ତ ଙ୍କର ସହଯୋଗ କାମନା କରିଥିଲେ ।

ଗଛ ହିଁ ଜୀବନ ଏଣୁ ସମସ୍ତେ ଗଛ ଲଗାଇ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ର ଆୟୋଜନ ସମିତିର ମହା ସଚିବ ସୁବ୍ରତ କୁଅର ଦନ୍ଦରାବାହାଲ ପଲ୍ଲୀ ସଭାପତି ପରମେଶ୍ୱର ରାଏ ସମ୍ପାଦକ ଶମ୍ଭୁ ଭୁଏ ପୂର୍ବତନ ସଭାପତି କାମରଜ୍ ମଲ୍ଲିକ ,କରୁଣା କର ଧରୁଆ ,ବ୍ରଜମୋହନ ପୁଟା,ଲିଙ୍ଗ ପୁଟା,ମହାଦେବ ଧରୁଆ,ପ୍ରମୂଖ ଉପସ୍ଥିତ ଥିଲେ ।ଦନ୍ଦରାବାହାଲ ପଲ୍ଲୀ ର ସଭାପତି ଙ୍କୁ ସମ୍ବର୍ଦ୍ଧନା କରି ଧନ୍ଯବାଦ ଅର୍ପଣ କରିଥିଲେ । (ପାଟଣାଗଡ, ଗୋରେଖନାଥ ବରିହା)

No Result
View All Result