No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର) ଞ୍ଜିଳିକାଟୁ :- ଦିନକୁ ଦିନ ଗାଡ଼ି ମୋଟର ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇ ଆସୁଛି । ଏହି କ୍ରମରେ ଦୂର୍ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦୂର୍ଘଟଣା ହ୍ରାସ କରିବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ସଂକୀର୍ଣ୍ଣ ରାସ୍ତାକୁ ଓସାରିଆ କରାଯାଉଥିବାର ଦେଖିବାକୁ ମିଳିଛି । ୫୯ ନଂ ଜାତୀୟ ରାଜପଥ ଗୋପାଳପୁର ଠାରୁ ରାୟପୁର ରାସ୍ତାକୁ ୪ଲେନ କରିବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସପୃକ୍ତ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ରହିଥିବା ବଡ଼ ବଡ଼ ବୃକ୍ଷ ଗୁଡ଼ିକୁ କାଟି ସଫା କରି ଦିଆଯାଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଗତ କିଛି ଦିନ ପୂର୍ବେ ସ୍ଥାନୀୟ ଅଂଚଳର ବୃକ୍ଷପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଥିଲା ।
ତଥାପି ସଂପୃକ୍ତ ଅଂଚଳର ରାସ୍ତାକୁ ଓସାରିଆ କରିବା ଏବଂ ଦୂର୍ଘଟଣା ହ୍ରାସ କରିବା ସକାଶେ ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗୁଁ ନିରବ ସାଜିଥିଲେ । ହିଂଜିଳିକାଟୁ ପୌରାଂଚଳ ଘୋଡ଼ାହାଡ଼ ସେତୁ ଠାରୁ ଆସିକା କାଳଷଣ୍ଢପୁର ଜାତୀୟ ରାଜପଥ ଦେଇ ସୋରଡ଼ା ପର୍ଯ୍ୟନ୍ତ ସଂପୃକ୍ତ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରୁ ଗଛ ଗୁଡ଼ିକୁ କାଟିବା ସକାଶେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ଜାତୀୟ ରାଜପଥ ବିଭାଗ ସମେତ ଜଙ୍ଗଲ ଓ ପରିବେଶ ବିଭାଗ ଓ ସଂପୃକ୍ତ ଅଂଚଳର ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ଗଛ କଟାଯାଇଥିଲା । କଟାଯାଇଥିବା ଗଛ ଗୁଡ଼ିକୁ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ପକାଇ ଦିଆଯାଇଛି । ସେଗୁଡ଼ିକୁ ବାହର କରିବା ଦିଗରେ ବିଭିାଗୀୟ କର୍ତୁପକ୍ଷଙ୍କ ନିଘା ନଥିବା ଭଳି ମନେ ହେଉଛି ।
ହିଂଜିଳିକାଟୁ ଘୋଡ଼ାହାଡ଼ ସେତୁ ଠାରୁ କାଳଷଣ୍ଢପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ପ୍ୱାଶ୍ୱର୍ର ଉଭୟ ପ୍ୱାଶ୍ୱର୍ରେ ଗଛକୁ କାଟି ପକାଯାଇଥିବାରୁ ରାତ୍ର ସମୟରେ ଛୋଟବଡ଼ ଦୂର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ଗତ ଏକ ସପ୍ତାହ ମଧ୍ୟରେ ୧୦ରୁ ଉଦ୍ଦ୍ୱର୍ ଛୋଟ ବଡ଼ ଦୂର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ଜାତୀୟ ରାଜପଥ ପ୍ୱାଶ୍ୱର୍ରୁ କଟାଗଛ ଗୁଡ଼ିକୁ ହଟାଇବା ପାଇଁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବିଙ୍କ ମହଲରେ ମତ ପ୍ରକାଶ ପାଇଛି । ଫଟୋ- ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ପଡ଼ିଛି କଟାଗଛ (ରିପୋର୍ଟ : ଶୁସାନ୍ତ ପ୍ରଧାନ)
No Result
View All Result