No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୩ ଜୁଲାଇ , ଶନିବାର ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ କାସନ୍ଦା ପଚାଂୟତ କଟକପଡା ଗ୍ରାମ ର କିଶୋର କୁମାର ରାଉତରାୟ ଓ ଦିପ୍ତିମୟୀ ପରିଡା ଙ୍କ ଝିଅ ଶୁଭମ ଜ୍ୟୋତି ରାଉତରାୟ ଦଶମ ଶ୍ରେଣୀ ପରୀକ୍ଷା ରେ ବୋଲଗଡ ବ୍ଲକ ର ଟପ୍ପର ହୋଇଥିବାବେଳେ ସମଗ୍ର ଖୋର୍ଦ୍ଧା ଜିଲ୍ଲା ରେ ଦ୍ୱିତୀୟ ସ୍ଥାନ ରେ ରହିଥିବା ଜଣାପଡିଛି ।
ସୁଦାୟ ୯୪ ଶତକଡା ନମ୍ବର ରଖିଥିବା ସୁଶ୍ରୀ ରାଉତରାୟ ରଣପୁର ବ୍ଲକ ‘ସମାଜ’ ସମ୍ବାଦଦାତା ଙ୍କ ଝିଅ ହୋଇଥିବା ବେଳେ ମା’ ଦିପ୍ତିମୟୀ ପରିଡା ମଧ୍ୟ ହାଇସ୍କୁଲ ରେ ଶିକ୍ଷୟତ୍ରୀ ଅଛନ୍ତି । ସେ ବୋଲଗଡସ୍ଥିତ ବାମନ ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିଲେ । ତାଙ୍କର ଏହି ସଫଳତା ପାଇଁ ସେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ , ପିତା ମାତା ଓ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ପ୍ରଶିକ୍ଷକ ଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ା
ଶୁଭମ ଜ୍ୟୋତି ରାଉତରାୟ ଙ୍କ ପ୍ରତିକ୍ରିୟା :-
ଆଗାମୀ ଦିନ ରେ ଜଣେ ଭଲ ମଣିଷ ହୋଇ ଡାକ୍ତର ହେବା ସହ ନିଜକୁ କିଭଳି ଲୋକଙ୍କ ସେବାରେ ନିୟୋଜିତ କରିବେ ସେ ଦିଗରେ ପରିଶ୍ରମ ଅବ୍ୟାହତ ରଖିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।
No Result
View All Result