No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୩ ଜୁଲାଇ , ଶନିବାର ) ଓଡ଼ଗାଁ :- ଆଜି ଏକ ଜିଲ୍ଲା ସ୍ତରୀୟ ବିଜୁ ମହିଳା ଜନତା ଦଳର ସମାବେଶ ଓଡ଼ଗାଁ କଲ୍ୟାଣିମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ତଥା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମହିଳା ସଂଗଠନ ମଜଭୁତ କରିବାର ମନ୍ତ୍ର ଦେଇଛନ୍ତି । ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ପର୍ଯ୍ୟନ୍ତ ମହିଳା ସଂଗଠନ କିପରି ଦୃଢ଼ ହେବ ଏଥିପ୍ରତି ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।
ପଞ୍ଚାୟତ ସ୍ତରରେ ମହିଳାମାନେ କିପରି ସ୍ବାବଲମ୍ବୀ ହେବେ ସେଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏହାର କିପରି ସଦୁପଯୋଗ ହୋଇପାରିବ ସମସ୍ତେ ମହିଳା ନେତ୍ରୀମାନେ ଏଥିପ୍ରତି ଧ୍ୟାନ ଦେବାପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତା ଦଳ ସଭାନେତ୍ରୀ ବିଜୟଲକ୍ଷ୍ମୀ ସାହୁ , ରାଜ୍ୟ କୋଷାଧ୍ୟକ୍ଷ ଜୟଶ୍ରୀ ଦାସ , ରାଜ୍ୟ ଉପ ସଭାନେତ୍ରୀ ମାଳତୀ ଗୁରୁ , ଓଡ଼ଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା , ବ୍ଲକ ସଭାପତି ନିବେଦିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ମହିଳା ସଂଗଠନର ବିଭିନ୍ନ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result