No Result
View All Result
ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) ନୟାଗଡ଼ :- ନୟାଗଡ଼ ହାଉସିଂ ବୋର୍ଡ ନିକଟରେ ଗଢି ଉଠିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ବ ପରିସରରେ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ଶାଖା ଅଧ୍ଯକ୍ଷ ପ୍ରାଧ୍ୟାପକ ହରେକୃଷ୍ଣ ସାହୁଙ୍କ ନେତୃତ୍ବ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପେସ୍ତା, ପଣସ, ଜାମୁ, ଖଇର,ଲେମ୍ବୁ,ଡାଳିମ୍ବ, ଅମ୍ରୁତଭଣ୍ଡା, ପିଜୁଳି ଆଦି ଅନେକ ଗଛ ରୋପଣ କରାଯାଇଥିବା ବେଳେ ଗଛ ଗୁଡିକର ରକ୍ଷଣାବେକ୍ଷଣ ଆଦି ସମ୍ପୂର୍ଣ୍ଣ ଦାୟିତ୍ୱ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁ ଆନନ୍ଦ ସହକାରେ ଗ୍ରହଣ କରିଛନ୍ତି ।

ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପରିଷଦର କ୍ଷେତ୍ରୀୟ ସଚିବ ଶ୍ରୀଧର ସାହୁ, ପ୍ରାକ୍ତନ ଶାଖା ସଚିବ ପ୍ରଦୀପ କୁମାର ସାହୁ, ଶାଖା ସଚିବ ଅନାଦି ଚରଣ ମହାନ୍ତି, ଅର୍ଥ ସଚିବ ପ୍ରଫୁଲ୍ଲ କୁମାର ନାୟକ,ସଂଗଠନ ସଚିବ କାମାକ୍ଷା ପ୍ରସାଦ ଦାସ, ସେବା ସଚିବ ଦୁର୍ଯ୍ୟୋଧନ ସାହୁ, ସଂସ୍କାର ସଚିବ ଅଜୟ କୁମାର ପଟ୍ଟନାୟକ, ସମ୍ପର୍କ ସଚିବ ପ୍ରସନ୍ନ କୁମାର ବସନ୍ତିଆ, ସମାଜ ସେବୀ ପ୍ରମୋଦ ପଟ୍ଟନାୟକ,

ଦାମୋଦର ସାହୁ,ବରିଷ୍ଠ ସଦସ୍ଯ ଅଶୋକ କୁମାର ନାୟକ,ହରିହର ପାତ୍ର, ସୁରେନ୍ଦ୍ର ନାଥ ରଥ, ସନ୍ତୋଷ କୁମାର ନାୟକ, ଲକ୍ଷ୍ମୀ ନାରାୟଣ ଦାଶ ଆଦି ଅନେକ ସଦସ୍ଯ ସହଯୋଗ କରିଥିଲେ । ଆସନ୍ତାକାଲି ମଧ୍ଯ ନୟାଗଡ଼ ରେଲଓ୍ବେ କଲୋନୀ ରେ ଗଛ ରୋପଣ କରାଯିବ ବୋଲି ସଚିବ ଅନାଦି ଚରଣ ମହାନ୍ତି ସୂଚନା ଦେଇଛନ୍ତି । ( ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result