No Result
View All Result
ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) ଭୁବନେଶ୍ୱର :- ଭାରତ ବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ଏହାର ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତକାରୀ ବେଦାନ୍ତ ଆଲୁମିନିମୟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ‘ଗ୍ରୀନ୍ ହାର୍ଟସ୍’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହା ଅନ୍ତର୍ଗତ କୋଭିଡ୍ ଯୋଦ୍ଧା ଏବଂ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କ ମଧ୍ୟରେ ଚାରାରୋପଣ ନେଇ ସଚେତନତା ସୃଷ୍ଟି କରାଯିବ । ବେଦାନ୍ତ କେୟାରର୍ସ ଗ୍ରୀନ୍ କଭର ପ୍ରୋଜେକ୍ଟ ପ୍ରୟାସ ଅନ୍ତର୍ଗତ ଏହା କାର୍ଯ୍ୟକାରୀ ହେଉଛି । ମହାମାରୀ ପ୍ରଭାବରେ ପ୍ରଭାବିତ ହୋଇଥିବା ଲୋକଙ୍କ ମଧ୍ୟରେ ଉଜ୍ୱଳ ଭବିଷ୍ୟତର ଆଶାର କିରଣ ସୃଷ୍ଟି ଏବଂ ଚାରାରୋପଣ ପାଇଁ ଆଗ୍ରହ ସୃଷ୍ଟି କରିବା ଏହି ଅଭିଯାନ ଦୁଇ ପ୍ରମୁଖ ଲକ୍ଷ୍ୟ ।
କୋଭିଡ୍ ଯୋଦ୍ଧା ଏବଂ ମହାମାରି ଲଢ଼େଇରେ ଜୀବନ ଦେଇଥିବା ଲୋକଙ୍କ ସ୍ମୃତିରେ ଚାରାରୋପଣ କରାଯିବ । ବେଦାନ୍ତ କେୟାରର୍ସ ଗ୍ରୀନ୍ କଭର ପ୍ରୋଜେକ୍ଟ ପ୍ରୟାସ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ନିୟୁତ ବୃକ୍ଷ ଚାରାରୋପଣ ଦେଶବ୍ୟାପି କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଗ୍ରୀନ୍ ହାର୍ଟସ୍ ଅଭିଯାନ ବେଦାନ୍ତ ଆଲୁମିନିୟମ୍ ବିଜ୍ନେସ୍ର ପ୍ରୟାସ । ବୃକ୍ଷଚାରା ରୋପଣ କରି ଏକ ଊଜ୍ୱଳ ଭବିଷ୍ୟତ କାମନା କରିବା ଏହାର ଉଦ୍ଦେଶ୍ୟ । ଏହି ଅବସରରେ ବେଦାନ୍ତ ଲିମିଟେଡ୍ର ଆଲୁମିନିୟମ୍ ବିଜ୍ନେସ୍ ସିଇଓ ରାହୁଲ ଶର୍ମା କହିଲେ, ବିଶ୍ୱ ମହାମାରୀ ଆମ ସମସ୍ତଙ୍କୁ ପ୍ରଭାବିତ କରିଛି । ହଜାର ହଜାର ଲୋକ ଏବେ ମଧ୍ୟ ମହାମାରୀ ଏବଂ ଏହାର ବିଭିନ୍ନ ପ୍ରଭାବ ସହିତ ଯୁଝୁଛନ୍ତି ।
କୋଭିଡ୍ ଯୋଦ୍ଧା ଅନ୍ୟମାନଙ୍କ ସୁରକ୍ଷିତ ରଖିବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଚଳିତ ବନ ମହୋତ୍ସବ ସପ୍ତାହରେ ସେମାନଙ୍କ ସହିତ ଏକଜୁଟ ହୋଇ ବୃକ୍ଷଚାରା ରୋପଣ କରି ସେଭଳି ଲୋକଙ୍କ ଉତ୍ସାହିତ ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ । ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଜାରି ରହିଥିବା ଏହି ପ୍ରୟାସ ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ, ପରିବେଶ ତଥା ସାମାଜିକ କ୍ଷେତ୍ରର ବିକାଶକୁ ପ୍ରଧାନ୍ୟ ଦେଇଥାଏ । ଏହା ମାଧ୍ୟମରେ ସ୍ଥାନୀୟ ଷ୍ଟେକ୍ ହୋର୍ଲ୍ଡରଙ୍କ ଜୀବନ ଶୈଳୀ ଏବଂ ଜୀବନଜୀବିକାରେ ଉନ୍ନତି ଅଣାଯିବାର ଲକ୍ଷ୍ୟ ରଖାଯାଇଛି । ୨୦୫୦ ସୁଦ୍ଧା ଆମେ ଡିକାର୍ବୋନାଇଜଶେନ ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ଗୁଡ୍ ଗଭର୍ଣ୍ଣାସ୍ ଏବଂ ସସ୍ଷ୍ଟେନବିଲ ଡେଭଲପ୍ମେଂଟ୍ ବେଦାନ୍ତ ଆଲୁମିନିୟଟ୍ର ବିଜ୍ନେସ୍ର ଦୁଇ ପ୍ରମୁଖ ସ୍ତମ୍ଭ । କମ୍ପାନୀ ଶ୍ରେଷ୍ଠ ଜ୍ଞାନକୌଶଳ, ଶ୍ରେଷ୍ଠ ପ୍ରାକ୍ଟିସ୍ ଦ୍ୱାରା ଆର୍ଥିକ ସ୍ଥିତି, ପରିବେଶ ଏବଂ ସାମାଜିକ ମାନକକୁ ଗୁରୁତ୍ୱ ପ୍ରଦାନ କରିଥାଏ ।
୨୦୨୦ ଆର୍ଥିକ ବର୍ଷରେ ବେଦାନ୍ତ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡ଼ିକ ହେଉଛି: + ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ୪.୮ ବିଲିୟନ୍ ଡଲାର ଆର୍ଥିକ ମୂଲ୍ୟ ହାସଲ କରାଯାଇ ପାରିଛି । + ୧୪ ନିୟୁତରୁ ଅଧିକ ଡଲାର ଜୀବନଜୀବିକା ବିକାଶ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ, ଗୁଣବତାଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଆଦି କ୍ଷେତ୍ରରେ ଖର୍ଚ୍ଚ ହୋଇଛି । ଏହାଦ୍ୱାରା ୩ ଲକ୍ଷ ସ୍ଥାନୀୟ ଲୋକଙ୍କ ଜୀବନ ଶୈଳୀରେ ବିକାଶ ସମ୍ଭବ ହୋଇପାରିଛି । + ବର୍ଜ୍ୟ ଜଳ ରିସାଇକ୍ଲିଂ ଏବଂ ରିୟୁଜ୍ ଦ୍ୱାରା ୩.୬ ନିୟୁତ ଘନମିଟର ଶୁଦ୍ଧ ଜଳ ବ୍ୟବହାର ଗତ ଆର୍ଥିକ ବର୍ଷଠାରୁ ହ୍ରାସ ପାଇଛି । + ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମ୍ ସ୍ମେଲଟର ପୃଥିବୀର ତୃତୀୟ ତଥା ଭାରତ ପ୍ରଥମ ଡିଜିଟାଲ ସ୍ମେଲଟରଭାବେ ମାନ୍ୟତା ହାସଲ କରିଛି । ଏଥିରେ ଡିଜିଟାଲ ଟୁଇନ୍ ଜ୍ଞାନକୌଶଳ, ପ୍ରିଡିକ୍ଟିଭ୍ ଏବଂ ପ୍ରେସକ୍ରିପଟିଭ୍ ଆନାଲିଟିକ୍ସ୍ ବ୍ୟବହୃତ ହୋଇଛି ।
ଏହାଦ୍ୱାରା ଏନର୍ଜି ଇଫିସିଏନ୍ସି ବୃଦ୍ଧି ପାଇବା ସହିତ କଂଚାମାଲ୍ କଞ୍ଜପସନ୍ ତଥା ବର୍ଜ୍ୟ ପଦାର୍ଥକୁ ରିମୋର୍ଟ ଆଡଭାଇଜରି ସିଷ୍ଟମ୍ ସହାୟତାରେ ବନ୍ଦ କରାଯାଇପାରୁଛି । +୧୦.୫ ନିୟୁତ ୟୁନିଟ୍ ଅକ୍ଷୟ ଶକ୍ତି କ୍ରୟ କରାଯାଉଛି । + କାର୍ବନ ଫୋରମ୍ ଗଠନ କରାଯାଇ କମ୍ପାନୀ କାର୍ବନ ମିଟିଗେଶନ ପ୍ରୟାସ ଉପରେ କାର୍ଯ୍ୟ ଜାରି ରହିଛି । + ଆଲୁମିନିୟମ୍ ସ୍ମେଲଟିଙ୍ଗ୍ କ୍ଷେତ୍ରରେ ଜିରୋ ୱେଷ୍ଟ୍ ଅନ୍ତର୍ଗତ ରୁନାୟା ଏଲ୍ଏଲ୍ସି ସହିତ ମିଳିତ ହୋଇ ୧୦୦% ଡ୍ରୋସ୍ର ବ୍ୟବହାର କରାଯାଉଛି । +୧୦୦%ରୁ ଅଧିକ ଫ୍ଲାଏ ଆଶ୍ ବ୍ୟବହାର ବିଭିନ୍ନ କାର୍ଯ୍ୟରେ ସମ୍ପନ୍ନ ହେଉଛି । ଏଥିରୁ ସିମେଂଟ ପ୍ରସ୍ତୁତି, ଇଟା ତିଆରି ଏବଂ ଖଣିର ବ୍ୟାକ୍ ଫିଲିଂ ଆଦି କରାଯାଉଛି । + ଛତିଶଗଡ଼ର ମଣିପତ୍ ଏବଂ ବୋଦାଇ ଡାଳଡାଲି ବକ୍ସାଇଟ୍ ଖଣି ଅଂଚଳରେ ୨ ନିୟୁତ ବୃକ୍ଷଚାରା ରୋପଣ କରାଯାଇ ୱାଟର ରିଚାର୍ଜିଂ ଷ୍ଟ୍ରକଚର୍ ନିର୍ମାଣ କରାଯାଇଛି । + ୧୨% ମହିଳା ପେଶାଦାରଙ୍କୁ ବେଦାନ୍ତ ଆଲୁମିନିୟମ୍ରେ ନିଯୁକ୍ତ କରାଯାଇଛି ।
ଯାହାକି ଭାରତର ମେଟାଲ ଏବଂ ମାଇନିଂ ସେକ୍ଟରରେ ସର୍ବାଧିକ । +କୋଭିଡ୍ ସଂକ୍ରମଣଠାରୁ ବେଦାନ୍ତ ଆଲୁମିନିୟମ୍ ସ୍ଥାନୀୟ ଗୋଷ୍ଠୀ, ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ସହାୟତା କରିବା ସହିତ ଗ୍ରୋସରୀ ଯୋଗାଣ, ପିପିଇ, ମେଡ଼ିକାଲ ଉପକରଣ, ଅକ୍ସିଜେନ୍, ଆର୍ଥିକ ସହାୟତା ଆଦି ଯୋଗାଇ ଦେଉଛି । ବେଦାନ୍ତ ଲିମିଟେଡ୍ କାର୍ବନ ନ୍ୟୁଟ୍ରାଲିଟି ପାଇଁ ପ୍ରତିଶ୍ରୁତିବଦ୍ଧ । ବେଦାନ୍ତ ଆଲୁମିନିୟମ୍ ୨୦୨୧ଠାରୁ ମାନବ ସମ୍ବଳ ସ୍ୱାସ୍ଥ୍ୟ, ସୁରକ୍ଷା, ଜଳବାୟୁ ପରିବର୍ତନ, ପରିବେଶ ପରିଚାଳନା, ଏବଂ ଗୋଷ୍ଠୀ ତଥା ସାମାଜିକ ପ୍ରଦର୍ଶନ ଉପରେ କାର୍ଯ୍ୟ ଜାରି ରଖିଛି । ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଏହାର ଦୀର୍ଘସ୍ଥାୟୀ ବିକାଶ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କମ୍ପାନୀ ପକ୍ଷରୁ ଏନର୍ଜିର୍ ମ୍ୟାନେଜମେଂଟ୍, ୱାଟର ମ୍ୟାନେଜମେଂଟ୍, ବାୟୋଡାୟୋ ଭରସିଟି ମ୍ୟାନେଜମେଂଟ୍, ଏୟାର କ୍ୱାଲିଟି, ହେଲଥ୍ ଏବଂ ସେଫ୍ଟଟି, ସୋସିଆଲ ଇମ୍ପାକ୍ଟ୍ ତଥା ଗଭର୍ଣ୍ଣାସ୍ ଆଦିକୁ ୨୦୧୯-୨୦ ଆର୍ଥିକ ବର୍ଷର ଆଧାର ଭାବେ ଗ୍ରହଣ କରାଯାଇଛି ।
ବିଶ୍ୱ ପରିବେଶ ଦିବସ ଅବସରରେ ଏହି ଦୀର୍ଘସ୍ଥାୟୀ ବିକାଶ ରିପୋର୍ଟର ରିପୋର୍ଟର ଉନ୍ମୋଚନ କରାଯାଇଛି । ଏହାକୁ ବେଦାନ୍ତର ବିଜନେସ୍ ୱେବସାଇଟ୍ www.vedantaaluminium.com.ମକ୍ଟଜ୍ଞ ରେ ଉପଲବ୍ଧ ହେଉଛି । ବେଦାନ୍ତ ଆଲୁମିନିୟମ୍ ବିଜ୍ନେସ୍ ବେଦାନ୍ତ ଲିମିଟେଡ୍ର ଅଂଶବିଶେଷ । ଏହା ଭାରତର ପ୍ରାୟ ଅଧା ଆଲୁମିନିୟମ୍ ଉତ୍ପାଦନ କରିଥାଏ । ୨୦୨୧ ଆର୍ଥିକ ବର୍ଷରେ ଏହାର ପରିମାଣ ବାର୍ଷିକ ୧.୯୬ ନିୟୁତ ଟନ୍ ରହିଛି । ଏହା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ୍ ସ୍ମେଲଟର, ପାୱାର ପ୍ଲାଂଟ୍ ଏବଂ ଆଲୁମିନା ରିଫାଇନାରୀ ଭାରତର ବିଭିନ୍ନ ଅଂଚଳରେ ରହିଛି । ଆଲୁମିନିୟମ୍କୁ ଭବିଷ୍ୟତର ମେଟାଲ ଭାବେ ପ୍ରତିପାଦିତ କରି ଏକ ‘ଗ୍ରୀନର ଟୁମୋରୋ’ ଗଠନ ପାଇଁ ବେଦାନ୍ତ ପ୍ରୟାସ ଜାରି ରଖିଛି ।
No Result
View All Result