No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର ) ଚାନ୍ଦବାଲି /ରିପୋର୍ଟ ଅଭିମନ୍ୟୁ :- ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ (ଯୁବ ବିଜେଡି ସଭାପତି) ତାଙ୍କ ପାରିବାରିକ ଜୀବନ ଆରମ୍ଭ କରିଛନ୍ତି । ତାଙ୍କ ରାଜନୈତିକ ସହଯୋଗୀ ଟୁଟୁ ବଳଙ୍କ ଝିଅ ସାଢସୀ ସାଇଦର୍ଶନୀକୁ ବିବାହ କରିଛନ୍ତି । କିଛିଦିନ ତଳେ ତାଙ୍କ ପତ୍ନୀଙ୍କ ପରଲୋକ ହୋଇଥିଲା । ଶୁକ୍ରବାର ଗୋପିନୀୟତାର ସହ ଚିଲିକାସ୍ଥିତ ରାଜହଂସ ରିସୋର୍ଟସରେ ବାପି ତାଙ୍କର କିଛି ନିକଟତମ ସହଯୋଗୀଙ୍କୁ ନେଇ ବିବାହ ଉତ୍ସବ ପାଳନ କରିଥିଲେ । କୋଭିଡ ଗାଇଡ ଲାଇନ ପାଳନ କରି ଦୁଇ ପରିବାର ଓ କିଛି ଘନିଷ୍ଠ ସହଯୋଗୀଙ୍କୁ ନେଇ ଏହି ବିବାହ ଉତ୍ସବ ଅନୁଷ୍ଠିତ କରାଯାଇଥିଲା । ଏଥିରେ ବିଧାୟକ ସଂଜୀବ ମଲ୍ଲିକ ଯୋଗ ଦେବା ସହ କନ୍ୟାଦାନ କରିଥିଲେ ।
ଗତକାଲି ମେହେନ୍ଦି ଉତ୍ସବ ମଧ୍ୟ ପାଳନ କରାଯାଇଥିଲା । ବିବାହ ଓ ମେହେନ୍ଦୀ ଉତ୍ସବ ବେଳର କିଛି ଫଟୋ ସୋସିଆଲ ମିଡ଼ିଆରେ ଘୂରି ବୁଲିବା ପରେ ଏହା ଲୋକଲୋଚନକୁ ଆସିଛି । ୨୦୧୪ ମସିହାରେ ବାପି ପ୍ରଥମ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ୨୦୨୦ ଫେବୃଆରୀ ମାସରେ ପ୍ରଥମ ପତ୍ନୀଙ୍କ ଅକସ୍ମାତ ମୃତ୍ୟୁ ଘଟିଥିଲା । ଏହା ପରେ ବାପି ଦ୍ୱିତୀୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଇତି ମଧ୍ୟରେ ତାଙ୍କର ରାଜନୈତିକ ସହଯୋଗୀ ଟୁଟୁ ବଳଙ୍କ ୫ମ କନ୍ୟା ସାଢସୀ ସାଇଦର୍ଶନୀ ବଳଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁହେଁ ବିବାହ କରିବାକୁ ନିଷ୍ପତି ନେଇଥିଲେ ।
No Result
View All Result