No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର ) ପାଟଣା :- କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରେ ଆଜି ପୂର୍ବାହ୍ନରେ ଗୋଟିଏ ବାଇକ୍ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଏକ ଟ୍ରକ ଭିତରେ ପଶିଯାଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣଙ୍କ ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ବାଇକ୍ ଆରୋହୀ ଜଣଙ୍କ ତୁରୁମୁଙ୍ଗା ଥାନା ପଦ୍ମକେଶରପୁର ଗ୍ରାମର ବୈଷ୍ଣବ ଚରଣ ମହାନ୍ତ ବୋଲି ଜଣାପଡିଛି । ସେ କେନ୍ଦୁଝରରୁ ତୁରୁମୁଙ୍ଗା ଅଭିମୁଖେ ଡାହାଣ ପାର୍ଶ୍ଵ ଭୁଲ୍ ରାସ୍ତାରେ ଆସୁଥିବା ବେଳେ ବିପରୀତ ଦିଗରୁ କେନ୍ଦୁଝର ଅଭିମୁଖେ ଟ୍ରକଟି ଯାଉଥିଲା । ତେବେ ଟ୍ରକ୍ ଭିତରେ ବାଇକଟି ଲାଖି ରହିଥିବା ବେଳେ ବାଇକ୍ ଆରୋହୀ ଜଣଙ୍କ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । (ଗୋରେଖନାଥ ବରିହା)
No Result
View All Result