No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୨ ଜୁଲାଇ , ଶୁକ୍ରବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳ ପକ୍ଷରୁ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଖପ୍ରାଖୋଲ ରେଞ୍ଜର ଶ୍ରୀବତ୍ସ କୁମୁରା ମୂଖ୍ୟ ଅତିଥି , ଫରେଷ୍ଟର ଡୀଲେଶ୍ଵର ହୋତା, ହରିଶଙ୍କର ଫରେଷ୍ଟର ପ୍ରିୟବ୍ରତ ମହାକୁର, ଧଣ୍ଡାମୁଣ୍ଡା ଫରେଷ୍ଟର ପିଙ୍କୁ , ରେଙ୍ଗାଲି ଫରେଷ୍ଟର କାଲସାଏ , ଖପ୍ରାଖୋଲ ଅଗ୍ନି ସମ ବିଭାଗ ଇନ୍ ଚାର୍ଜ ସୁମନ୍ତ ବାଗ, ଅଗ୍ନି ସମ ବିଭାଗ କର୍ମଚାରୀ ସୁରଜ ବୁଡେକ ,ଅପ୍ତାପ ଷ୍ଟାଣ୍ଡ ,ରୁଦ୍ରଦେବ ଚୈ।ହାନ ,ଜିତେନପ୍ରସାଦ ସାହୁ , ପ୍ରତାପ କୁମାର ସ୍ବାଇଁ , ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖପ୍ରାଖୋଲ ଅଗ୍ନି ସମ ବିଭାଗ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା ।

ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ କରିବା,ଗଛ ଲଗାଇବା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ।ଗଛ ହିଁ ଜୀବନ ଏବଂ ବର୍ତ୍ତମାନ ସାରା ବିଶ୍ବରେ କରୋନା ବିପତ୍ତି ସମୟରେ ଲୋକେ ଅମ୍ଳଜାନ ଅଭାବ ଦେଖାଦେଇଛି । ଜଙ୍ଗଲ ସୁରକ୍ଷା କରିବା ଏବଂ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ସମସ୍ତ ଙ୍କର ସହଯୋଗ ନିତାନ୍ତ ଆବଶ୍ୟକ ରହିଛି ବୋଲି ମୂଖ୍ୟ ଅତିଥି ଶ୍ରୀ କୁମାର ମତବ୍ୟକ୍ତ କରିଥିଲେ । ଜଙ୍ଗଲ ବିଭାଗ ପକ୍ଷରୁ ଫରେଷ୍ଟ ଗାର୍ଡ ମହେନ୍ଦ୍ର କାଲସାଏ , ପଦ୍ମାବତୀ ମୁଣ୍ଡା ,ବିଦ୍ୟାସେନ ପାଣିଗ୍ରାହୀ , ହିତେଶ ମାଝୀ ,ଡିଇଓ (୧) ଯଶୋବନ୍ତ ସାହୁ ,(୨) ଆଶିଷ ପୁଟେଲ ,(୩) ତହସିଲ ବାଗ ଙ୍କ ସମେତ ୱ।ଇଲ ଲାଇଭ ସ୍ବାର୍ଡ ମାନେ ଉପସ୍ଥିତ ରହି କାର୍ଯ୍ୟ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ । (ପାଟଣାଗଡ଼/ଗୋରେଖନାଥ ବରିହା )
No Result
View All Result