No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୨ ଜୁଲାଇ , ଶୁକ୍ରବାର ) ବାଙ୍କୀ :- ବାଙ୍କୀ ବ୍ଲକ ବୈଦେଶ୍ଵର ହାଇସ୍କୁଲ ପ୍ରାଙ୍ଗଣ ରେ ଖୋର୍ଦ୍ଧା ରେଞ୍ଜ ଅଧିନ ବୈଦେଶ୍ୱର ବନ ଖଣ୍ଡ ତରଫରୁ ୭୨ତମ ବନମହୋତ୍ସବ ଶୁକ୍ରବାର ସପ୍ତାହ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ କୁ ଖୋର୍ଦ୍ଧା ରେଞ୍ଜ ବନ ବିଭାଗ ର ରେଞ୍ଜ ଅଫିସର ଅସିତ ମିଶ୍ର ବିଦ୍ୟାଳୟ ପ୍ରାଙ୍ଗଣ ରେ ବୃକ୍ଷ ଲଗେଇ ଉଦଘାଟନ କରିଥିଲେ ।
ବନ ମହୋତ୍ସବ ର ଏହି କାର୍ଯ୍ୟକ୍ରମ କୁ ସ୍ୱତନ୍ତ୍ର ଅତିଥି ଭାବେ କଟକ ଜିଲ୍ଲାର ଅଵୈତନିକ ବନ ସଂରକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ ପରିବେଶ ବନ୍ଦନା କରି ବୃକ୍ଷ ହିଁ ଜୀବନ ଆମେ ସମସ୍ତେ ନିଜ ନିଜ ବାଡ଼ି ରେ ଓ ଖୋଲା ସ୍ଥାନରେ ବୃକ୍ଷ ରୋପଣ କରିବା ପାଇଁ ପଣ କରିବା ଆବଶ୍ୟକ ବୋଲି କହିଥିଲେ । ବୈଦେଶ୍ୱର ବନ ଖଣ୍ଡ ଫରେଷ୍ଟର ରାକେଶ କୁମାର ପଣ୍ଡା ଗଛ ଲଗାଇବା ଦ୍ଵାରା ଆମର କୀ ପ୍ରକାର ଲାଭ ହୋଇଥାଏ ସ୍ଥାନୀୟ ଲୋକଙ୍କୁ ବୁଝାଇଥିଲେ ।
ବିଦ୍ୟାଳୟ ପ୍ରାଙ୍ଗଣ ରେ ଲିମ୍ବ, ଅଁଳା, ପିଆଶାଳ,ଜାମୁ,ରାଧାଚୁଡା,ବଉଳ ଗଛ ଇତ୍ୟାଦି ଗଛ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରବିନାରାୟଣ ମଙ୍ଗରାଜ, ସରପଞ୍ଚ ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ, ନିରଞ୍ଜନ ପଣ୍ଡା ଏବଂ ବୈଦେଶ୍ଵର ହାଇସ୍କୁଲ ର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ।
No Result
View All Result