No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର ) ବାଙ୍କୀ :- ଡମପଡା ରେଞ୍ଜ ପକ୍ଷରୁ ଡମପଡା ବ୍ଲକ କୁସୁପଙ୍ଗି ଗ୍ରାମପଞ୍ଚାୟତ ର ଅନାହୁତ ଗୁମ୍ଫା ନିକଟରେ ରେଞ୍ଜ ଅଫିସର ଅଶୋକ ଦାସ ଙ୍କ ନେତୃତ୍ୱରେ ୭୨ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ଅନାହୁତ ଗୁମ୍ଫା ନିକଟ ଓ ନିଶଙ୍କା ବଙ୍କା ମନ୍ଦିର ନିକଟରେ ମଧ୍ୟ ୨୦ ଗୋଟି ଆମ୍ବ, ପିଜୁଳି, ଜାମୁ, ଅଶୋକା,ଅଁଳା ଚାରା ରୋପଣ ରେଞ୍ଜ ଅଫିସର
ଶ୍ରୀ ଦାସ ଅନାହୁତ ଗୁମ୍ଫା ନିକଟରେ ଏକ ଆମ୍ବ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ।ମନ୍ଦିର ର ପୂଜକ ଡମ୍ବୁରୁ ଓ ଗ୍ରାମ ର କିଛି ବ୍ୟକ୍ତି ଚାରା ରୋପଣ କରିଥିଲେ ।ଡମପଡା ଫରେଷ୍ଟର ରାକେଶ ସ୍ବାଇଁ କାର୍ଯ୍ୟକ୍ରମ କୁ ପରିଚଳନା କରିଥିଲେ । ଏହି ବନ ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ରେଞ୍ଜ ଅଫିସର ଶ୍ରୀ ଦାସ ପ୍ରକାଶ କରିଛନ୍ତି ।
No Result
View All Result