No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର ) ବାଙ୍କୀ :- ଗତ ୨୩ତାରିଖରେ ବାଙ୍କୀ ବ୍ଲକ ନୂଆଗାଁ ଗ୍ରାମ ର ପ୍ରଦୀପ ବେହେରା ଙ୍କ ଠାରେ ହଠାତ କୋଭିଡ ଲକ୍ଷଣ ପରିଲକ୍ଷିତ ହୋଇଥିଲା ଜର ଥଣ୍ଡା ଲାଗିରହିବା ସହ ନିମୋନିଆ ର ଲକ୍ଷଣ ଦେଖାଦେଇଥିଲା ।ପରିବାର ଲୋକେ କଟକ ର ନିଗମ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପ୍ରଦୀପ ଙ୍କୁ ଭର୍ତ୍ତି କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରଦୀପ ଙ୍କୁ ନିମୋନିଆ ହୋଇଛି ବୋଲି କହି ଚିକିତ୍ସା ଆରମ୍ଭକରିଥିଲେ।ଉକ୍ତ ଘରୋଇ ଚିକିତ୍ସାଳୟ କୁ ସାମାଜିକକର୍ମୀ ନଳୀନ ରାୟ ଯାଇ ପ୍ରଦୀପ ଙ୍କୁ ସାକ୍ଷାତ କରି ପରିବାର ଲୋକଙ୍କୁ ଯଦି କିଛି ଅସୁବିଧା ହୁଏ ତାଙ୍କୁ ସୂଚନା ଦେବେ ବୋଲି କହିଥିଲେ।
ଗତ କାଲି ଘରୋଇ ଚିକିତ୍ସାଳୟ ର କର୍ତ୍ତୃପକ୍ଷ ପ୍ରଦୀପ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ହେଲାଣି ବୋଲି ପରିବାର ଲୋକଙ୍କୁ କହିବା ସହ ୧ଲକ୍ଷ ଟଙ୍କା ଚିକିତ୍ସା ବାବଦ କୁ ଖର୍ଚ୍ଚ ହୋଇଛି ବୋଲି ଦାବି କରିଥିଲେ।ପରିବାର ର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ନିଗମ ଘରୋଇ ନର୍ସିଂହୋମ ର କର୍ତ୍ତୃପକ୍ଷ ପ୍ରଦୀପ ଙ୍କୁ ଘରକୁ ଛାଡିବା ପାଇଁ ଅର୍ଥ ଜୋର ଜବରଦସ୍ତ ଜିଦ କରି ମାଗିବା ସହ ବିଭିନ୍ନ ଖରାପ ଭାଷା ପରିବାର ଲୋକଙ୍କୁ କହିବା ଫଳରେ ପରିବାର ଲୋକେ ସମାଜିକ କର୍ମୀ ଶ୍ରୀ ରାୟ ଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଶ୍ରୀ ରାୟ ତୁରନ୍ତ ନିଗମ ଚିକିତ୍ସାଳୟ କୁ ଯାଇ କାହିଁକି ପ୍ରଦୀପ କୁ ନିଜ ଘରକୁ ଛାଡିବା ପାଇଁ ଏତେ ଅର୍ଥ ଦାବି କରୁଛନ୍ତି ତାହା ବୁଝିବା ସହ ଚିକିତ୍ସାଳୟ ରେ ଏପରି ରୋଗୀ ଙ୍କୁ ଶୋଷଣ କରାଯାଉଥିବା ଘଟଣା କୁ ନିନ୍ଦା କରିଥିଲେ । ସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ ନିୟମ ଅନୁସାରେ ରୋଗୀ ଙ୍କୁ କୌଣସି ଚିକିତ୍ସାଳୟ ରେ ଚିକିତ୍ସା କରିବା ପାଇଁ ଶୋଷଣ କରାଯାଇ ପାରିବ ନାହିଁ ବୋଲି କହିଥିଲେ ।
ଘରୋଇ ନର୍ସିଂ ହୋମ ର ମାଲିକ ଆସି ନଳୀନ ରାୟ ଙ୍କ ସହ ଆଲୋଚନା କରି ୫୫ହଜାର ଟଙ୍କା ଦେବାପରେ ପ୍ରଦୀପ ଘରୋଇ ଚିକିତ୍ସାଳୟରୁ ମୁକ୍ତ ହେଲେ।ସାମାଜିକ କର୍ମୀ ଙ୍କ ଏପ୍ରକାର ଉଦ୍ୟମ କୁ ବିଭିନ୍ନ ମହଲରେ ପ୍ରଶଂସା ହେଉଛି।ରାଜ୍ୟ ର ବିଭିନ୍ନ ଘରୋଇ ଚିକିତ୍ସାଳୟ ରେ ସ୍ୱାସ୍ଥ୍ୟ ସେବା ନାଁ ରେ ଲୋକଙ୍କୁ ଶୋଷଣ କରି ବିଭିନ୍ନ ଲୋକଙ୍କ ଠାରୁ ଅର୍ଥ ଆଦାୟ କରି ହଇରାଣ କରିବା ସହ ଅର୍ଥ ନଦେଲେ ରୋଗୀ ଙ୍କୁ ହଇରାଣ କରାଯିବା ସହ ଯଦି କିଏ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ବରଣ କରୁଛି ତାଙ୍କ ଠାରୁ ମଧ୍ୟ ସମ୍ପୂର୍ଣ୍ଣ ଚିକିତ୍ସା ଅର୍ଥ ଆଦାୟ ନକଲା ପର୍ଯ୍ୟନ୍ତ ଶବକୁ ଛାଡୁନାହାନ୍ତି ରାଜ୍ୟ ର ଘରୋଇ ନର୍ସିଂ ହୋମ ର ଏ ପ୍ରକାର ସ୍ୱାସ୍ଥ୍ୟବେବସାୟ କୁ ବୁଦ୍ଧି ଜୀବୀ ନିନ୍ଦା କରିବା ସହ ଘରୋଇ ନର୍ସିଂ ହୋମ ନିୟନ୍ତ୍ରଣ ଆଇନ ଆଣିବାକୁ ସରକାର ଙ୍କୁ ଅନୁରୋଧ କରାଯାଇଛି ।
No Result
View All Result