No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )ବାଙ୍କୀ :-ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ କାଞ୍ଜିଆପାଳ ପୋଲ ଉପରେ ବାଇକ ସହିତ ପଛ ପଟୁ ଆସୁଥିବା ଅନ୍ୟ ଏକ ବାଇକ ଧକ୍କା ଦେବା ଫଳରେ ବାଇକ ରେ ବସିଥିଲେ ମହିଳା ଙ୍କ ମୃତ୍ୟୁ ଘଟିଛି।ଧକ୍କା ଦେଇଥିବା ବାଇକ ଚାଳକ ଘଟଣା ସ୍ଥଳରୁ ବାଇକ ଦ୍ୱାରା ଫେରାର ହୋଇଯାଇଥିଲେ। ମୃତ ମହିଳା ଜଣଙ୍କ ଙ୍କ ଘର ବାଙ୍କୀ ବ୍ଲକ ବନ୍ଦାଳ ପଞ୍ଚାୟତ ତେନ୍ତୁଳିଆ ଗ୍ରାମର ସୁଜାତା ରାଉତ ବୋଲି ଜଣାପଡ଼ିଛି।ମୃତ ମହିଳା ସ୍ୱାମୀ ସରୋଜ ରାଉତ ଙ୍କ ସହ ନିଜର କାମ ସାରି କଟକ ରୁ ବାଇକ ଯୋଗେ ନିଜ ଗ୍ରାମ ତେନ୍ତୁଳିଆକୁ ଫେରୁଥିବା ସମୟରେ ବାଟରେ ଜାତମୁଣ୍ଡିଆ ନିକଟ କାଞ୍ଜିଆପାଳ
ପୋଲ ଉପରେ ଏହି ଦୁର୍ଘଟଣା ଘଟିଥିଲା ଯାହା ଫଳରେ ଭାରସ୍ୟାମ ହରାଇ ବାଇକ ରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ରାସ୍ତାରେ ଗୁରୁତ୍ୱର ଅବସ୍ଥାରେ ପଡି ରହିଥିବା ବେଳେ ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କୁ ଫୋନ ଦ୍ୱାରା ଖବର ଦେଇଥିଲେ।ଧକ୍କା କରି ବାଇକଚାଳକ ଅତି ଦ୍ରୁତ ଗତିରେ ବାଇକ ଚଳେଇ ଫେରାର ହୋଇଥିଲା।ରାସ୍ତା ରେ ସ୍ୱାମୀ ଓ ସ୍ତ୍ରୀ ଆହତ ଅବସ୍ଥାରେ ପଡିଥିବା ଦେଖି ଆମ୍ବୁଲାନ୍ସ କୁ ଖବର ଦେବା ପରେ ସେମାନଙ୍କୁ ୧୦୮ଆମ୍ବୁଲାନ୍ସ ଦ୍ୱାରା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଚିକିତ୍ସାଳୟ ରେ ଡାକ୍ତର ସୁଜାତା ଙ୍କ ପ୍ରାଥମିକ ଚିକିତ୍ସା କରି ତାଙ୍କୁ ମୃତ ଘୋଷଣା କରିଥିଲେ।ସେପଟେ ବାଇକ ଚାଳକ ମୃତ ସୁଜାତା ର ସ୍ୱାମୀ ସରୋଜ ଙ୍କ ବାଙ୍କୀ
ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ଜାରିରହିଛି।ମୃତକ ଙ୍କ ପରିବାର ପକ୍ଷରୁ ଦାବି ପୋଲିସ ଯଥାଶୀଘ୍ର ସେହି ଅଚିହ୍ନା ବାଇକ ଚାଳକ ଯିଏ ବାଇକ ଧକ୍କା କରି ଘଟଣା ସ୍ଥଳରୁ ଫେରାର ହୋଇଛି ତାକୁ ଗିରଫ କରିବା ସହିତ ମୃତକଙ୍କ ପରିବାରକୁ ନ୍ୟାୟ ମିଳିବା ପାଇଁ ମୃତକଙ୍କ ସମ୍ପର୍କୀୟ ବାଦଲ ଗୋଛି ଦାବି କରିଛନ୍ତି।ଡାକ୍ତର ଏହି ଦୃଘଟଣା ସମ୍ପର୍କରେ ପୋଲିସ କୁ ଅବଗତ କରିଥିଲେ।ପୋଲିସ ଚିକିତ୍ସାଳୟ ରେ ପହଞ୍ଚି କେସ ନମ୍ବର୧୭୨/୨୧ ରେ ମଟର ଗାଡି ଦୃଘଟଣା ଆଇନ ୨୭୯,୩୦୪(କ)ରେ ମାମଲା ରୁଜୁ କରି ଧକ୍କା କରି ଫେରାର ବାଇକ ଚାଳକ କୁ ଧରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥିବା ବିଶେଷ ସୂତ୍ର ରୁ ସୂଚନା ମିଳିଛି।ଆଜି ସୁଜାତା ର ଡକ୍ଟର ଦ୍ୱାରା ଶବ ବ୍ୟବଚ୍ଛେଦ କରାଯାଇଥିବା ଚିକିତ୍ସାଳୟ ପକ୍ଷରୁ ପ୍ରକାଶ। ରିପୋର୍ଟ ଗୌତମ ମିଶ୍ର
No Result
View All Result