No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ଘୋଡାବର (ସାମନ୍ତରାପୁର)ଗ୍ରାମର ବାସୀନ୍ଦାମାନେ ଦୀର୍ଘ ଦିନ ଧରି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ଗ୍ରାମରେ ୩ହଜାର ଲୋକ ବସବାସ କରନ୍ତି । ସରକାରଙ୍କ ପକ୍ଷରୁ ବସୁଧା ଯୋଜନା ମାଧ୍ୟମରେ ପାଣିଟାଙ୍କି କରାଯିବା ସହିତ ପାଇପ୍ ସଂଯୋଗ କରାଯାଇଥିଲେ ମଧ୍ୟ ଘୋଡାବର ଗ୍ରାମବାସୀମାନେ ବର୍ଷ ତମାମ୍ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି । ବିଶ୍ୱ ମହାମାରୀ ରୋଗ କରୋନା ସମୟରେ ଗ୍ରାମବାସୀମାନେ ନିକଟସ୍ଥ ନଦୀ ଓ ହୁଳୁହୁଳା ଜୋରରେ ବହିଯାଉଥିବା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ଫଳରେ ବିଭିନ୍ନ ରୋଗରେ ଗ୍ରାମବାସୀମାନେ ପିଡିତ ହୋଇ ଚିକିତ୍ସାଧିନ ଅଛନ୍ତି । ପାନୀୟ ଜଳର ସମସ୍ୟା ନେଇ ସରପଞ୍ଚଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଉପଜିଲ୍ଲାପାଳ , ବି.ଡି.ଓ ପ୍ରଭୃତିଙ୍କୁ ଦରଖାସ୍ତ ମାଧ୍ୟମରେ ଅଭିଯୋଗ କରାଯାଉଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ।
ଗତ ତା.୦୮.୦୨.୨୧ରିଖ ଦିନ ବିଭାଗୀୟ ଯନ୍ତ୍ରୀ ସତ୍ୟନାରାୟଣ ରଥ ଜଳଯୋଗାଣ ସଂସ୍ଥାର ଠିକାଦାରଙ୍କ ସହିତ ଗ୍ରାମକୁ ଆସି ଗ୍ରାମବାସୀମାନଙ୍କ ସହିତ ସାକ୍ଷାତ କରି ୪ଦିନ ମଧ୍ୟରେ ବୋରିଂ କାର୍ଯ୍ୟ ଆରମ୍ଭ ହେବ ଏହା ସହିତ ଯେଉଁ ଜାଗାରେ ବୋରିଂ ହେବ ସେହି ଜାଗା ଚିହ୍ନନ କରି ମାପଚୁପ କରି ପ୍ରତିଶ୍ରୁତି ଦେଇ ଚାଲିଗଲେ । ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଫୋନ୍ ମାଧ୍ୟମରେ ଯୋଗଯୋଗ କରାଗଲେ ମଧ୍ୟ ଫୋନ୍ ଉଠାଇଲେ ନାହିଁ । ଏହା ପରେ ଯନ୍ତ୍ରୀ ମହାଶୟଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଯାଇ ଗ୍ରାମବାସୀମାନେ ସାକ୍ଷାତ କରି ଏ ସଂପର୍କରେ ଆଲୋଚନା କରିଥିଲେ କିନ୍ତୁ ସେ ଯନ୍ତ୍ରୀ ମହାଶୟ ବିଭିନ୍ନ ଆଳରେ ସମସ୍ତଙ୍କୁ ନିରାଶ କରି ଫେରାଇ ଦେଇଥିଲେ ।
ତେଣୁ ପାନୀୟ ଜଳର ସମସ୍ୟା ସମାଧାନ ନିମନ୍ତେ ଆଜି ସୁବର୍ଣ୍ଣପୁର ପଞ୍ଚାୟତ ସମିତି ସଭ୍ୟ ବରିଷ୍ଠ ଆଇନଜୀବି ତଥା ବାଙ୍କୀ ଓକିଲ ସଙ୍ଘ ସମ୍ପାଦକ ବିଶ୍ୱରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଗ୍ରାମର ଏକ ପ୍ରତିନିଧି ମଣ୍ଡଳୀ ବାଙ୍କୀ ବ୍ଲକ ବି.ଡି.ଓ ପ୍ରଦୀପ୍ତ ଶତପଥୀ ଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ସହିତ ଜନସାଧାରଣଙ୍କୁ ତୁରନ୍ତ ଯେପରି ପାନୀୟ ଜଳ ମିଳିପାରିବ ସେ ସଂପର୍କରେ ଅନୁରୋଧ କରିଥିଲେ ।ବିଡିଓ ଶତପଥୀ ୨ଦିନ ଭିତରେ ଏହାର ତଦନ୍ତ କରି ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବେ ଓ ଲୋକେ ପିଇବା ପାଣି ପାଇବା ରୁ ବଞ୍ଚିତ ହେବେ ନାହିଁ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । (ରିପୋର୍ଟ ଗୌତମ ମିଶ୍ର )
No Result
View All Result