No Result
View All Result

ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର ) ବାଙ୍କୀ :- ବରିଷ୍ଠ ସାମ୍ବାଦିକ ଡଃ. ଜୀମୂତ ମଙ୍ଗରାଜଙ୍କ ବିୟୋଗରେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକବାର୍ତ୍ତାରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେସ୍ଵର୍ଗତ ମଙ୍ଗରାଜ ଓଡିଶାର ଜଣେ ଆଗଧାଡିର ସାମ୍ବାଦିକ ଥିଲେ । ସାମ୍ବାଦିକତା ଓ ସାହିତ୍ୟ ଅନୁରାଗୀ ଥିବା ସହିତ ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିଲେ ।
ତାଙ୍କର ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟାଇଛି । ସ୍ଵର୍ଗତ ମଙ୍ଗରାଜଙ୍କ ପରଲୋକରେ ଶ୍ରୀ ତ୍ରିପାଠୀ ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କରିବା ସହ ତାଙ୍କ ଅମରାତ୍ମାର ସଦଗତି କାମନା ପୂର୍ବକ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । (ରିପୋର୍ଟ ଗୌତମ ମିଶ୍ର )
No Result
View All Result