No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍ ମଙ୍ଗଳବାର)ବାଙ୍କୀ :-ଓଡ଼ିଶା ର ପ୍ରମୁଖ ଶକ୍ତି ତାନ୍ତ୍ରିକ ପୀଠ ମା ଚର୍ଚ୍ଚିକା ପୀଠ ଆସାମ ର କାମାକ୍ଷା ଙ୍କ ପରେ ମା ଚର୍ଚ୍ଚିକା ମନ୍ଦିର ର ଶକ୍ତି ଅପର। ମା ପ୍ରତ୍ୟକ୍ଷ ଡାକିଲେ ଓ କରେ ସେଥିପାଇଁ ତ ପୁରୀ ଜଗନ୍ନାଥ କ୍ଷତ୍ର ରେ ୩ ସ୍ଥାନରେ ପୂଜା ପାଇଥାନ୍ତି ଚର୍ଚ୍ଚିକା।ବଡ଼ ପଣ୍ଡା ମା ଚର୍ଚ୍ଚିକା ଙ୍କୁ ତାଙ୍କ ଘର ସମୁଖ ମନ୍ଦିର ରେ ଭୋଗ ଲାଗି କରିବା ପରେ ଜଗନ୍ନାଥ ମନ୍ଦିର କୁ ଯାଆନ୍ତି।ସେହିପରି ରଥ ଯାତ୍ରା ରେ ବ୍ୟବହୃତ ରଥ ନିର୍ମାଣ ବେଳେ ତିନି ରଥର ଚକା ନିର୍ମାଣ ପରେ ମା ଚର୍ଚ୍ଚିକା ଙ୍କୁ ପୂଜା ପରେ ଚକ ଉପରେ କାଠ ଲଗାଯାଇ ରଥ ନିର୍ମାଣ ହୋଇଥାଏ।ଜଗନ୍ନାଥ ମନ୍ଦିର ସହ ମା ଚର୍ଚ୍ଚିକା ଙ୍କ ସମ୍ପର୍କ ଅତି ଘନିଷ୍ଠ ସେଥିପାଇଁ ତ ବଡ଼ ଦେଉଲ ରେ ମା ପୂଜା ପାଇଥାଏ।ବାଙ୍କୀ ରେ ରୁଚିକ ଗିରି ରେ ଅବସ୍ଥିତ ମା ଚର୍ଚ୍ଚିକା ଙ୍କ ମନ୍ଦିର ର ଉନ୍ନତି ଓ ବିକାଶ ପାଇଁ ରାଜ୍ୟ ସରକାର ଙ୍କ ପାତର ଅନ୍ତର ନୀତି ବସ୍ତବିକ ଚିନ୍ତା ର ଦୁଃଖ ର ବିଷୟ ବୋଲି ବହୁ ଚର୍ଚ୍ଚିକା ପ୍ରେମୀ ଗବେଷକ

ମତ ପୋଷଣ କରିଛନ୍ତି।ମା ଚର୍ଚ୍ଚିକା ଙ୍କ ସମ୍ପତ୍ତି ୨୨ବାଟି୨୨ଏକର ୨୨ଗୁଣ୍ଠ ଥିବା ବେଳେ ବର୍ତ୍ତମାନ ତାହା ଅଧିକାଂଶ ପ୍ରଭାବ ଶାଳୀ ବ୍ୟକ୍ତି ଙ୍କ ଦ୍ଵାରା ଜବର ଦଖଲ ତ କେହି ନିଜର ପ୍ରଭାବ ଓ ଅର୍ଥ ବଳରେ ନିଜ ନାଁ ରେ ପଟ୍ଟା ବାହାର କରିସାରିଲେଣି।ମା ର ସମ୍ପତ୍ତି ପୁନରୁଦ୍ଧାର ପାଇଁ ବହୁ ବୁଦ୍ଧିଯିବି ଦାବି କରୁଥିଲେ ମଧ୍ୟ ସରକାର ଚୁପ କାହା ଉପରେ ଚାପରେ ସରକାର ଜବର ଦଖଲ କାରୀ ଙ୍କୁ ଘଣ୍ଟ ଘୋଡାଉ ଛନ୍ତି ତାହା ତଦନ୍ତ ସାପେକ୍ଷ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ରାଜ୍ୟ ସରକାର ଙ୍କ୧୯୭୩ ମସିହାରେ ପର୍ଯ୍ୟଟନ ମାନ୍ୟତା ପାଇଥିବା କଥା ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀ ସୁଜାତା ପଟ୍ଟନାୟକ କହିଥିଲେ ମଧ୍ୟ ଆଜି ପ୍ରପର୍ଯ୍ୟଟନ ବିଭାଗ ର କୌଣସି ବିକାଶ କାର୍ଯ୍ୟ ଏଠାରେ ହୋଇନାହିଁ ଏହା ରାଜ୍ୟ
ସରକାର ଙ୍କ ତଥା ପର୍ଯ୍ୟଟନ ବିଭାଗ ର ଅଣଦେଖା ର ଜ୍ୱଳନ୍ତ ଉଦାହରଣ ବୋଲି ବାଙ୍କୀ ର ବହୁ ସଂସ୍କୃତି ପ୍ରେମୀ ପ୍ରକାଶ କରିଥିଲେ।ରାଜଧାନୀ ଭୁବନେଶ୍ବର ଓ କଟକ ର ନିକଟରେ ଥିବା ବାଙ୍କୀ ର ମା ଚର୍ଚ୍ଚିକା ମନ୍ଦିର ପ୍ରତି ରାଜ୍ୟ ସରକାର ବା ପର୍ଯ୍ୟଟନ ବିଭାଗ କାହିଁକି ଅଣ ଦେଖା କରିଛି ତାହାର ତଦନ୍ତ ଆବଶ୍ୟକ।ମନ୍ଦିର ର ଚର୍ତ୍ତୃ ପାଶ୍ୱ ରେ ପାଚେରୀ ଆଜି ଯାଏ ହୋଇ ନାହିଁ ,ମନ୍ଦିର ରେ ଏକ ଶୌଚାଳୟ ନାହିଁ କାଇଁ କେତେ ଦୂରରୁ ଭକ୍ତ ଏଠାକୁ ଆସନ୍ତି ମାତ୍ର ଶୌଚାଳୟ ଅଭାବ ରୁ ନାନା ହଇରାଣ ହୁଅନ୍ତି, ମନ୍ଦିର ପାଖରେ ଗୋଡ଼ ଧୋଇବା ପାଇଁ ଏକ ପାଣି ଥିବା କୁଣ୍ଡ ନାହିଁ ଯାହା ଅନ୍ୟ ମନ୍ଦିର ରେ ଅଛି, ମନ୍ଦିର ପ୍ରାଙ୍ଗଣ ରେ ଭଲ ଆଲୋକ କରଣ ହୋଇନାହିଁ, ମନ୍ଦିର ସାହି ରେ ପାନୀୟ ଜଳ ସୁବିଧା ଆଜି ପର୍ଯ୍ୟନ୍ତ ହୋଇନାହିଁ କିଛି ବର୍ଷ ତଳୁ ସରକାର ଙ୍କ ଦ୍ଵାରା ମନ୍ଦିର ପଛପଟେ ଏକଲକ୍ଷ କ୍ଷମତା ସମ୍ପୂର୍ଣ୍ଣ

ପାଣି ଟାଙ୍କି ଆଜି ପର୍ଯ୍ୟନ୍ତ ସମ୍ପନ୍ନ ହୋଇନାହିଁ ,ମନ୍ଦିର ର ସ୍ଥାବର ଅସ୍ଥାବର ସମ୍ପତ୍ତି ର ହିସାବ ଓ ତାହାର ପୁନରୁଦ୍ଧାର ସରକାର ର ଆନ୍ତରିକତା ଅଭାବ ରୁ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ମନ୍ଦିର ର ପୂଜା ନୀତିକାନ୍ତି ସେବାୟତ ଙ୍କ ଦ୍ଵାରାଅର୍ଥ ଆଦାୟ କରି କରାଯାଉଛି ସରକାର କିଛି ଅର୍ଥ ସହାୟତା ଦେଉନାହାନ୍ତି।ସେବାୟତ ସରକାର କୌଣସି ଆର୍ଥିକ ସହାୟତା ଦେଉନାହାନ୍ତି କରୋନା ରେ ମନ୍ଦିର କେବଳ ସେବାୟତ ଙ୍କ ଦ୍ଵାରା ବିନା ଭକ୍ତ ରେ ଚାଲିଛି ସରକାର କି ପର୍ଯ୍ୟଟନ ବିଭାଗ କିପରି ସେବାୟତ ଜୀବିକା ନିର୍ବାହ କରୁଛନ୍ତି ତାହା ଜାଣିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି ତାହା ବାସ୍ତବିକ ଦୁଃଖ ର ବିଷୟ।ରାଜ୍ୟ ସରକାର ନିକଟରେ ଲିଙ୍ଗରାଜ ମହାପ୍ରଭୁ ,ଜଗନ୍ନାଥ ଙ୍କ ଓ ଅନେକ ମନ୍ଦିର ର କଳେବର ର ଉନ୍ନତି କରଣ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ। ବାଙ୍କୀ ଚର୍ଚ୍ଚିକା ମନ୍ଦିର ର ରୂପ ରେଖ ର ଉନ୍ନତି କରିବା ସହ ମା ଙ୍କ ସମ୍ପତି ର ପୁନରୁଦ୍ଧାର କରି ପର୍ଯ୍ୟଟନ ମାନଚିତ୍ରରେ ଚର୍ଚ୍ଚିକା ମନ୍ଦିର ସ୍ଥାନ ଦେବା ସହ ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ବିଭାଗ ମା ଙ୍କ ମନ୍ଦିର କୁ ବିଶେଷ ଦୃଷ୍ଟି ଦେଇ ଉନ୍ନତି କରିବା ପାଇଁଅନେକ ଜନସାଧାରଣ ଦାବି କରିଛନ୍ତି। ରିପୋର୍ଟ ଗୌତମ ମିଶ୍ର
No Result
View All Result