No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍ ମଙ୍ଗଳବାର)ବାଙ୍କୀ :- ବାଙ୍କୀ ଏନଏସି ମାଣିକ ପଟଣା ନିକଟରେ ଏକ ଆବଜେସ୍ଟ ଘରେ ରହୁଥିବା ନିରଞ୍ଜନ ବେହେରା ଙ୍କ ଘରେ ରୋଷେଇ କରିବାକୁ ଲାଇଡର ମାରିବାରୁ ଗ୍ୟାସ ଟାଙ୍କି ରେ ନିଆଁ ଲାଗିଯାଇଥିଲା।ନିଆଁ ର ପରିମାଣ ଅଟେ ଜୋର ଥିଲା ପ୍ରଥମେ ରୋଷେଇ ଘର ଆବଜେସ୍ଟ କୁ ଭାଙ୍ଗି ତାହାପରେ ଘରର କାନ୍ଥ ନିଆଁ ର ପ୍ରଭାବ ରେ ପୋଡି ଭାଙ୍ଗିବାକୁ ଲାଗିଲା।ପରିବାର ଲୋକେ ଏହି ଦୃଶ୍ୟ ଦେଖି ଭୟ
ରେ ଘର ବାହାରକୁ ଆସିଥିଲେ।ସ୍ଥାନୀୟ ଲୋକେ ତୁରନ୍ତ ବାଙ୍କୀ ଅଗ୍ନିଶମ ବିଭାଗ କୁ ଫୋନ କରି ଥିଲେ ।ବାଙ୍କୀ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଫୁଲ ଓଝା ଉକ୍ତ ସ୍ଥାନରେ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହ ପହଞ୍ଚି ଦୀର୍ଘ ୧ଘଣ୍ଟା ପରିଶ୍ରମ ପରେ ନିଆଁ କୁ ଆୟତ୍ତ କରି ଲିଭାଇ ଥିଲେ।ମିଳିଥିବା ସୂଚନା ଅନୁଯାୟୀ ଗ୍ୟାସ ରେ ନିଆଁ ଲାଗିବା ଦ୍ୱାରା ଘର ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ପରିବାର ଲୋକ କାହାର କିଛି କ୍ଷତି ହୋଇନାହିଁ। ରିପୋର୍ଟ ଗୌତମ ମିଶ୍ର।
No Result
View All Result