No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ଭୁବନେଶ୍ୱର :- ବରିଷ୍ଠ ସାମ୍ବାଦିକ ଜୀମୂତ ବାହନ ମଙ୍ଗରାଜଙ୍କ ବିୟୋଗରେ ବିଜେଡ଼ି ର ସାଙ୍ଗଠନିକ ସମ୍ପାଦକ ଓ ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଜୀମୂତ ମଙ୍ଗରାଜଙ୍କ ଦୁର୍ଘଟଣା ଜନିତ ଆକସ୍ମିକ ବିୟୋଗରେ ଗଭୀର ମର୍ମାହତ ଓ ଦୁଃଖିତ । ସାମ୍ବାଦିକତାରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ମଧ୍ୟରେ ଶ୍ରୀ ଦାସ ଙ୍କ ପିତା ସ୍ବର୍ଗତ ଅଶୋକ ଦାସ ଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ ସ୍ବର୍ଗତ ଶ୍ରୀ ମଙ୍ଗରାଜ । ଏତଦବ୍ୟତୀତ ରାଜନୈତିକ କ୍ଷେତ୍ରରେ ସ୍ବର୍ଗତ ମଙ୍ଗରାଜ ଶ୍ରୀ ଦାସ ଙ୍କର ଏକ ମାର୍ଗଦର୍ଶକ ଥିଲେ । ତାଙ୍କର ଅବଦାନ ପାଇଁ ସେ ସ୍ୱର୍ଗତ ଶ୍ରୀ ମଙ୍ଗରାଜ ଙ୍କ ନିକଟରେ ଚିର ଋଣୀ ବୋଲି ଦର୍ଶାଇଛନ୍ତି ।
ଓଡ଼ିଶାର ପ୍ରଥମ ରାଜନୈତିକ ପତ୍ର ‘ ନେତା ‘ ଓ ସ୍ୱାସ୍ଥ୍ୟ ପତ୍ର ‘ ଲାଇଫ ଲାଇନ ‘ ର ପ୍ରତିଷ୍ଠାତା ଭାବେ ସେ ସବୁ ମହଲରେ ବିଶେଷ ଜଣାଶୁଣା ଥିଲେ । ଓ ନିଜର ଲେଖା କୁ ନେଇ ପାଠକ ଙ୍କ ମଧ୍ୟରେ ଆଦୃତି ଲାଭ କରିଥିଲେ । ସାମ୍ବାଦିକତାରେ ତିନି ତିନି ଥର ପିଏଚ୍ଡି ଲାଭ କରି ଓଡ଼ିଶା ଓ ଓଡ଼ିଶା ବାହାରେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ବିୟୋଗ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି । ବିଧାୟକ ଶ୍ରୀ ଦାସ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
No Result
View All Result