No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ଭୁବନେଶ୍ୱର :- ବରିଷ୍ଠ ସାମ୍ବାଦିକ ଜୀମୂତ ବାହନ ମଙ୍ଗରାଜଙ୍କ ବିୟୋଗରେ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଜୀମୂତ ମଙ୍ଗରାଜଙ୍କ ଦୁର୍ଘଟଣା ଜନିତ ଆକସ୍ମିକ ବିୟୋଗରେ ମୁଁ ଗଭୀର ମର୍ମାହତ । ସାମ୍ବାଦିକତାରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ଥିଲା । ‘ସମ୍ବାଦ’ ଓ ‘ ପ୍ରଜାତନ୍ତ୍ର’ର ସାମ୍ବାଦିକ ଭାବେ ସେ ସବୁ ମହଲରେ ବିଶେଷ ଜଣାଶୁଣା ଥିଲେ ।
ପରେ ରାଜନୈତିକ ସାପ୍ତାହିକ ‘ନେତା’ ଓ ସ୍ୱାସ୍ଥ୍ୟ ପତ୍ରିକା ‘ଲାଇଫ୍ ଲାଇନ୍’ ପ୍ରକାଶ କରି ସେ ପାଠକୀୟଙ୍କ ଆଦୃତି ଲାଭ କରିଥିଲେ । ବିଜୁ ପ୍ରେମୀ ଭାବେ ତାଙ୍କର ସୁନାମ ଥିଲା । ‘ବିଜୁ ବିଜୁ ବିଜୁ’ ପୁସ୍ତକ ରଚନା କରିଥିଲେ । ମୋ ସହ ତାଙ୍କର ବେଶ୍ ଘନିଷ୍ଠତା ଥିଲା । ଏକାଧିକ ବିଷୟରେ ସେ ପିଏଚ୍ଡି ଲାଭ କରିଥିଲେ । ତାଙ୍କ ବିୟୋଗ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି । ମନ୍ତ୍ରୀ ଶ୍ରୀ ଆରୁଖ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।
No Result
View All Result