No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍ ରବିବାର ) ଭୁବନେଶ୍ୱର :- ରାଜ୍ୟର ବିଶିଷ୍ଟ ସ୍ତମ୍ବକାର , ବରିଷ୍ଠ ସାମ୍ବାଦିକ ଓ ଲେଖକ ଡ଼ ଜୀମୁତ ବାହନ ମଙ୍ଗରାଜ ଙ୍କ ର ଆଜି ସନ୍ଧ୍ୟା ୮ ଟା ରେ ଏକ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାନୁସାରେ ଶ୍ରୀ ମଙ୍ଗରାଜ ସ୍କୁଟି ରେ ଖୁଡିଙ୍କୁ ମେଡ଼ିସିନ ଦେବା ନିମନ୍ତେ ନିଜ ଗ୍ରାମକୁ ଯାଇଥିଲେ । ସେଠାରୁ ସାଢେ ପାଞ୍ଚଟା ବେଳେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ସପରିବାର ସହ ମିଶି ସମସ୍ତଙ୍କ ଭଲ ମନ୍ଦ କଥା ବୁଝି ଖୁଡିଙ୍କୁ ମେଡ଼ିସିନ ଦେଇ ଭୁବନେଶ୍ୱର ଫେରିବା ସମୟରେ ଯାଆଁଳା ଠାରେ ସ୍କୁଟି ପଛରୁ ଏକ ଗାଡି ମାଡ଼ କରିଥିବା ଜଣାଯାଇଛି ।

ଦୁର୍ଘଟଣା ପରେ ଶ୍ରୀ ମଙ୍ଗରାଜ ଙ୍କୁ ଭୁବନେଶ୍ୱର ସ୍ଥିତ ଏମସ୍ ହସ୍ପିଟାଲକୁ ନିଆଯାଇଥିଲା ପରେ ଏମସ ଅଧିକାରୀ ଶ୍ରୀ ମଙ୍ଗରାଜ ମୃତ ବୋଲି ଘୋଷଣା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସ୍ତମ୍ବକାର ଶ୍ରୀ ଜୀମୁତ ବାହନ ମଙ୍ଗରାଜ ଙ୍କ ଦେହାନ୍ତରେ ରାଜ୍ୟବାସୀ ମ୍ରିୟମାଣ ହୋଇ ପଡିଥିବା ବେଳେ ବିଧାୟକ ଓ ମନ୍ତ୍ରୀମଣ୍ଡଳ ଏବଂ ବିଶିଷ୍ଟ ରାଜନୈତିକ ମହଲ ସହିତ ସାମ୍ବାଦିକଙ୍କ ମଧ୍ୟରେ ଏକ ଶୋକ ର ଛାୟା ଖେଳି ଯାଇଛି ।
Abhimanyu Maharana :- ମୋର ଗୁରୁ ,ହାତ ଧରି reporting ଶିଖାଇଥିଲେ । ତାଙ୍କଠାରୁ reporting ଶିଖି ଥିଲି । ମୋର ସାମ୍ବାଦିକ କେରିୟର ତାଙ୍କ ଠାରୁ ଆରମ୍ଭ ହୋଇଥିଲା । ତାଙ୍କ ଦ୍ୱାରା ପ୍ରକାଶିତ ନେତା ଖବର କାଗଜରେ ବହୁ ଦିନ ଧରି କାମ କରିଛି । ଆଜି ମୁ ମୋର ଗୁରୁଙ୍କୁ ହରାଇଲି । ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ( Jimuta Mangaraj ) ଙ୍କ ସଡକ ଦୁର୍ଘଟଣାରେ ଦେହାନ୍ତ ଖବରପାଇ ମୁଁ ଗଭୀର ଦୁଃଖିତ ଓ ମର୍ମାହତ l ଓଁ ଶାନ୍ତି
No Result
View All Result