No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍ ରବିବାର ) ରଣପୁର ,ରିପୋର୍ଟ ଅଭିମନ୍ୟୁ :- ରଣପୁର ବ୍ଲକ ଅନ୍ତର୍ଗତ କମଳେଶ୍ୱରଦେବ ହାଇସ୍କୁଲ ର କୃତି ଛାତ୍ରୀ ଆଶ୍ରିତା ପ୍ରିୟଦର୍ଶିନୀ ଦାଶ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ରେ ୫୬୦ ନମ୍ବର ରଖି A1 ରେ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ବ ଅର୍ଜନ କରିଛନ୍ତି । କମଳେଶ୍ୱରଦେବ ହାଇସ୍କୁଲରେ ପ୍ରଥମ ସ୍ଥାନ ହାସଲ କରିବା ସହ ରଣପୁର ବ୍ଲକ ରେ ତୃତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି । ଆଶ୍ରିତା ଜଣେ ମେଧାବୀ ଛାତ୍ରୀ ଅଟନ୍ତି । ତୃତୀୟ ଓ ପଞ୍ଚମ ଶ୍ରେଣୀରେ ସ୍କଲାରସିପ୍ ପାଇ ବିଦ୍ୟାଳୟରେ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଥିଲେ ।
ରଣପୁର ବ୍ଲକରୁ ନବମ ଶ୍ରେଣୀରେ ଏନଆରଟିଏସ , ଅଷ୍ଟମ ଶ୍ରେଣୀ ଏନଏମଏମଏସ ପରୀକ୍ଷା ରେ ସର୍ବାଧିକ ନମ୍ବର ରଖିଥିଲେ । ଭେରୁପଡା ଗ୍ରାମର ଅରୁଣ କୁମାର ଦାଶ ଓ ତାପସ୍ୱିନୀ ମିଶ୍ର ଙ୍କ ର ଏକମାତ୍ର କନ୍ୟା ଆଶ୍ରିତା ପ୍ରିୟଦର୍ଶିନୀ ଦାଶ ନିଜର କୃତିତ୍ୱ ରେ ପିତା ମାତା ଙ୍କର ଖ୍ୟାତି ଅର୍ଜନ କରାଇଛନ୍ତି । ଶିକ୍ଷକ ମାନଙ୍କ ସହଯୋଗ ଏବଂ ପିତାମାତା ଙ୍କ ଆଶୀର୍ବାଦ ରୁ ଏହି ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି ଆଶ୍ରିତା । ଭଗବାନଙ୍କ ଆଶୀର୍ବାଦ ରେ ଭବିଷ୍ୟତ ରେ ଯଥା ସମ୍ଭବ ପରିଶ୍ରମ କରି ଡାକ୍ତର ହେବେ ବୋଲି ଆଶା ପୋଷଣ କରିଛନ୍ତି ।
No Result
View All Result