No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍ ରବିବାର) କନ୍ଧମାଳ :- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ଜିଲ୍ଲା ମହିଳା ସଭାପତି ମାନଙ୍କ ନାମ ଘୋଷଣା କରିଛନ୍ତି।ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ପୁନମ କହଁର ମନୋନୀତ ହୋଇଛନ୍ତି । ଏହା ପୂର୍ବରୁ ସେ ଜିଲ୍ଲାର ଉପସଭାପତି ଭାବେ ଥିଲେ ।
ପୁନମ ଙ୍କୁ କନ୍ଧମାଳ ଜିଲ୍ଲାର ସଭାପତି ଦାୟିତ୍ୱ ଦେଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ମାନ୍ୟବର ସାଂସଦ ଅଚ୍ୟୁତ ସାମନ୍ତ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର, ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ ଜିଲ୍ଲାର ଜନସାଧାରଣଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । (ରିପୋର୍ଟ : ସଞ୍ଜୟ କୁମାର ପାଣିଗ୍ରାହୀ )
No Result
View All Result