No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍ ରବିବାର) ବାରିପଦା :- ଲୋଭ ଦେଖାଇ ଠକେଇ । କୋଟିଏରୁ ଅଧିକ ଟଙ୍କା ଠକି ମହିଳା ଛୁ । ଅଭିନବ ଉପାୟରେ କୋଟିଏରୁ ଅଧିକ ଟଙ୍କା ଠକି ଚମ୍ପଟ ମାରିଛନ୍ତି ମହିଳା । ବାରିପଦା ଟାଉନ ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି । ଖବର ଅନୁଯାୟୀ, ବାରିପଦା ଟାଉନର ୧୫ ଏବଂ ୧୯ ନମ୍ବର ୱାର୍ଡର ୭ ଟି SHG ଗ୍ରୁପ୍ ର ୯୦ ଜଣ ମହିଳାଙ୍କୁ ଲୋନ୍ କରାଇଦେବାର ପ୍ରଲୋଭନ ଦେଖାଇ ଚୂନ ଲଗାଇଛନ୍ତି ମହିଳା ଜଣଙ୍କ ।
ପ୍ରଥମେ ଛୋଟ ଲୋନ୍ କରାଇ ଦେଇ ସେମାନଙ୍କ ବିଶ୍ବାସଭାଜନ ହୋଇଥିଲେ । ଛୋଟ ଲୋନ ସୁଝି ବା ପରେ ବିଭିନ୍ନ ବ୍ୟାଙ୍କରୁ ବଡ ଲୋନର ପ୍ରଲୋଭନ ଦେଖାଇ ଠକେଇର ପ୍ଲାନ ରଚିଥିଲେ । ଲୋନ୍ କରାଇଦେଇଥିଲେ, ଆଉ ସବୁ ଟଙ୍କା ଧରି ଚମ୍ପଟ ମାରିଛନ୍ତି ମହିଳା ଜଣକ । ଖୋଜା ପଡିବା ବେଳକୁ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ପରିବାର ସହ ଆସବାପତ୍ର ଧରି ଫେରାର ହୋଇଯାଇଛନ୍ତି।
ମହିଳା ଜଣଙ୍କ ହେଉଛନ୍ତି ବାରିପଦାରେ ଅସ୍ଥାୟୀ ଭାବେ ପରିବାର ସହ ରହିଥିବା ନବକିଶୋର ବେହେରାଙ୍କ ପତ୍ନୀ ଅଷ୍ଟମୀ ବେହେରା । ଠକେଇ ନେଇ କିଛି ମହିଳା ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶତାଧିକ ଗରିବ ମହିଳାଙ୍କ ମୁଣ୍ଡରେ ଋଣ ବୋଝ ଦେଇ ସର୍ବସ୍ୱ ଲୁଟି ଫେରାର ମହିଳାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଠକେଇର ଶିକାର ମହିଳା । ବାରିପଦା ଟାଉନ ପୋଲିସ ମାମଲା ର ତଦନ୍ତ ଆରମ୍ଭ କରିବା ସହିତ ଫେରାର ମହିଳା ଓ ତାଙ୍କ ପରିବାର ଲୋକଙ୍କୁ ଧରିବାକୁ ଚେଷ୍ଟା କରୁଛି। ପୋଲିସ ପକ୍ଷରୁ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି । (ଦୀପ୍ତିମାନ ପତି, ମୟୂରଭଞ୍ଜ)
No Result
View All Result