ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍ ରବିବାର) ବାଙ୍କୀ :- ଶୁକ୍ରବାର କଟକ ଲୋକସଭା ସାଂସଦ ଭତୃହରି ମହତାବ ବାଙ୍କୀ ଗ୍ରସ୍ତ କରି ବାଙ୍କୀ ର କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ।ସାଂସଦ ମହତାବ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟ ର ସଭା ଗୃହରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଓ ବାଙ୍କୀ ଚିକିତ୍ସାଳୟ ର ଅଧ୍ୟକ୍ଷ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର ଙ୍କ ସହ ବାଙ୍କୀ ର କରୋନା ସ୍ଥିତି ସମୀକ୍ଷା କରିଥିଲେ।ବାଙ୍କୀ ଉପଖଣ୍ଡ ରେ କେତେ କରୋନା ରେ ଆକ୍ରାନ୍ତ ହୋଇଛନ୍ତି।ସେମାନଙ୍କ ସ୍ୱାସ୍ଥ୍ୟ କିପରି ପରୀକ୍ଷା ,କେତେ ଆକ୍ରାନ୍ତ ସୁସ୍ଥ ହୋଲେଣି, ବାଙ୍କୀ ରେ କରୋନା ରେ କେତେ ମୃତ୍ୟୁ ହୋଇଛି,ବାଙ୍କୀ ରେ ଟିକା କରଣ କିପରି ଚାଲିଛି, ସ୍ୱାବ ପରୀକ୍ଷା କପରି ହେଉଛି ସେ ସବୁ ର ସମୀକ୍ଷା କରି ଥିଲେ ବାଙ୍କୀ ଉପଜିଲ୍ଲାପାଳ ସମସ୍ତ ତଥ୍ୟ ସାଂସଦ ଙ୍କୁ ପ୍ରଦାନ କରିଥିଲେ।ବାଙ୍କୀ ରେ ମେଡ଼ିସିନ ଓ ଆନାସ୍ତାସିଆ ଡାକ୍ତର ଅଭାବ ସମ୍ପର୍କରେ ଏହି ସମୀକ୍ଷା ବୈଠକରେ ଡାକ୍ତର ମହାପାତ୍ର ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହି ବୈଠକରେ
ବରିଷ୍ଠ ଡାକ୍ତର ଧୁଳେଶ୍ୱର ପ୍ରଧାନ, ରୋଗୀ କଲ୍ୟାଣ ସମିତି ର ସଭ୍ୟ ସମରେନ୍ଦ୍ର ମହାପାତ୍ର ଓ ସନ୍ତୋଷ ରଣା,ବରିଷ୍ଠ ସମବାୟ ବିତ ସୁବାସ ଚନ୍ଦ୍ର ପାଢ଼ୀ,ସମାଜସେବୀ ଅଜିତ ଜେନା, କୋଭିଡ କେଆର କେନ୍ଦ୍ର ଅବସ୍ଥିତ ଥିବା ସାଇ ସାମର୍ଥ ର ନିର୍ଦେଶକ ଅଭିନାଶ ସ୍ବାଇଁ ,ସାମ୍ବାଦିକ ଗୌତମ ମିଶ୍ର ,ଆଇନ ଜୀବୀ ପ୍ରଦୀପ ପୃଷ୍ଟି ଯୋଗ ଦେଇଥିଲେ।ଏଥି ସହ ଆଜି ସାଂସଦ ମହତାବ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାକାର ଭିତ୍ତିଭୂମି ଓ କରୋନା ସ୍ଥିତି ସମୀକ୍ଷା କରିଥିଲେ ।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧ୍ୟକ୍ଷ ଡାକ୍ତର ଅମରେଶ ସାହୁ ସମସ୍ତ ତଥ୍ୟ ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବହୁ ଦିନରୁ ଆବଶ୍ୟକ ଥିବା ଏକ ଜେନେଟର ସମ୍ପର୍କରେ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାଂସଦ ତାଙ୍କ ପାଣ୍ଠି ରୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଏକ ଜେନେର୍ଟର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସ୍ୱାସ୍ଥ୍ୟ
କେନ୍ଦ୍ର ରେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା,ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମାନ ଭଞ୍ଜନ ଦଳେଇ ,ସୁବର୍ଣ୍ଣପୁର ସରପଞ୍ଚ ତରୁଣ କାନ୍ତ ମହାପାତ୍ର, ସମବାୟବିତ ଗତି କୃଷ୍ଣ ସ୍ବାଇଁ ସାଂସଦ ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପର୍କରେ ଅବଗତ କରାଇଥିଲେ। ପରିଶେଷରେ ବାଙ୍କୀ ଜାତମୁଣ୍ଡିଆ ଠାରେ ଘାସିପୁଟ ଠାରେ ଅବସ୍ଥିତ କୋଭିଡ କେଆର କେନ୍ଦ୍ର ଗ୍ରସ୍ତ କରି କରୋନା ରେ ଆକାନ୍ତ ଥିବା ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଉକ୍ତ କେନ୍ଦ୍ର ରେ କଣ କଣ ସୁବିଧା ଅଛି ସେ ସମ୍ପର୍କରେ ସମୀକ୍ଷା କରିଥିଲେ ଉକ୍ତ ସମୀକ୍ଷା ବୈଠକରେ ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ଜେନା ସବିଶେଷ ତଥ୍ୟ ସାଂସଦ ଙ୍କୁ ପ୍ରଦାନ କରିଥିଲେ। ଉକ୍ତ କେନ୍ଦ୍ର ରେ କୁସୁପଙ୍ଗି ସରପଞ୍ଚ ପ୍ରତିନିଧି ଅସିତ ଜେନା ଓକୋଭିଡ କେୟାର କେନ୍ଦ୍ର ର ପରିଚାଳକ ଅଭିନାଶ ସ୍ବାଇଁ ଉକ୍ତ ବୈଠକରେ ସାଂସଦ ଙ୍କୁ କେନ୍ଦ୍ର ବୁଲାଇ ଦେଖେଇ ଥିଲେ।