No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍ ରବିବାର) ବାଙ୍କୀ :-ଆଜି ଡମପଡା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କୁସୁନ୍ଦl ଗ୍ରାମର ସୁରେଶ ଚନ୍ଦ୍ର ତ୍ରିପାଠୀ ଙ୍କୁ ରାଜ୍ୟ ବନ୍ୟ,ପରିବେଶ ଓ ଜଳବାୟୁ ବିଭାଗ ର ସ୍ୱତନ୍ତ୍ର ସଚିବ କଟକ ଜିଲ୍ଲା ପାଇଁ ଅଵୈତନିକ ବନ ସଂରକ୍ଷକ ଭାବେ ମନୋନୀତ କରିଛନ୍ତି।ଶ୍ରୀ ତ୍ରିପାଠୀ ଏହା ପୂର୍ବରୁ ଅଵୈତନିକ ବନ ସଂରକ୍ଷକ ଭାବେ କାର୍ଯ୍ୟ କରି ରାଜ୍ୟ ସରକାର ଙ୍କ ଠାରୁ ସମ୍ମାନିତହୋଇଛନ୍ତି। ତାଙ୍କର କାର୍ଯ୍ୟ ଶୈଳୀ ନୂତନ ଜଙ୍ଗଲ ସୃଷ୍ଟି, ଡମପଡା ଅଭୟାରଣ୍ୟ ରେ ବସ ବାସ କରୁଥିବା କିଛି ଅଧିବାସୀ ଙ୍କୁ ଅନ୍ୟାତ୍ର ସ୍ଥାନାନ୍ତର କରିବା ରେ ତାଙ୍କ ଭୂମିକା ବେଶ ଗୁରୁତ୍ୱ ପୂର୍ଣ୍ଣ ଥିଲା।ଜଙ୍ଗଲ ଓ ବନ୍ୟ ପଶୁ ପକ୍ଷୀ
ସୁରକ୍ଷା ପାଇଁ ଶ୍ରୀ ତ୍ରିପାଠୀ ବହୁ ପଦକ୍ଷେପ ନେବା ସହ ଜଙ୍ଗଲ ନିଆଁ କିପରି ଲୋକେ ଲଗାଇବେନାହିଁ ସେଥିପାଇଁ ବାରମ୍ବାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ।ପ୍ରତ୍ୟେକ ବର୍ଷ ପକ୍ଷୀ ଗଣନା ଓ ବନ୍ୟ ଜନ୍ତୁ ଗଣନା ରେ ସେ ପ୍ରମୁଖ ଭୁମିକା ଖୋର୍ଦ୍ଧା ,କଟକ,ଡମପଡା ଓ ଚନ୍ଦକା ବନ ଖଣ୍ତ ପାଇଁ କାର୍ଯ୍ୟ କରି ବିନା ବେତନ ରେ ରାଜ୍ୟ ସରକାର ଙ୍କ ବନ ବିଭାଗ କୁ ସାହାଯ୍ୟ କରି ଆସୁଛନ୍ତି।ଶ୍ରୀ ତ୍ରିପାଠୀ ଙ୍କୁ କଟକ ଜିଲ୍ଲାରଅଵୈତନିକ ବନ ସଂରକ୍ଷକ ଭାବେ ରାଜ୍ୟସରକାର ଙ୍କ ବନ୍ୟ ବିଭାଗ ମନୋନୀତ କରିବାରୁ ବାଙ୍କୀ ରେ ତଥା କଟକ ରେଞ୍ଜ ବନଖଣ୍ଡ ରେ ଖୁସି ଖେଳିଯାଇଛି। ରିପୋର୍ଟ ଗୌତମ ମିଶ୍ର
No Result
View All Result