No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର ସହ ମୋଟର ସାଇକଲ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି ।
ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ଓ ଏକ ଟିମ୍ ପହଞ୍ଚି ଗୁରୁତର ଆହାତ ହୋଇଥିବା ଯୁବକଙ୍କୁ ଅଗ୍ନିଶମ ବାହିନକୁ ଡ଼କାଇ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଆହାତ ହୋଇଥିବା ଯୁବକ ପରିଚୟ ଜଣାପଡ଼ି ନଥିଲେ ମଧ୍ୟ ସେମାନଙ୍କ ଘର ଫିରିଙ୍ଗିଆ ଥାନା ମାଝିପଡ଼ାର ବୋଲି ଜଣାପଡିଛି l (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ )
No Result
View All Result