ବୋଲଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ବଡ଼କୁମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ିହଖାରୁଣୀ ସ୍ଥିତ ବଜରଙ୍ଗୟୁଥ କ୍ଳବ ସଭାପତି ରଞ୍ଜନ ପରିଡାଙ୍କ ଆବାହକତ୍ୱରେ ରବିବାର କ୍ଳବ ସମ୍ମିଳନୀ କକ୍ଷରେ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାଜିଲ୍ଲା ବିଜେପି ଉପସଭାପତି ବାସୁଦେବ ସାହୁଙ୍କ ଅଧ୍ୟକ୍ଷତlରେ ମୁଖ୍ୟତିଥିଭାବେ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣ ବିଜୁଳି ଓ ସମ୍ମାନିତ ଅତିଥିଭାବେ ଦକ୍ଷିଣ ବେଗୁନିଆ ମଣ୍ଡଳର ପୂର୍ବତନ ସଭାପତି ଦିଗବିଶ୍ୱମ୍ବର ସୁନ୍ଦରା ରେଡ ରୋଜ କ୍ଳବ ସଭାପତି ପ୍ରକାଶ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ l

ଏହି କାର୍ଯ୍ୟରେ ବଡ଼କୁମାରୀ ଗ୍ରାମପଞ୍ଚାୟତ ଅଞ୍ଚଳର ବିଭିନ୍ନଗ୍ରାମରୁ ୭୫ରୁ ଉର୍ଦ୍ଧ ଗ୍ରାମବାସୀ,ଯୁବଗୋଷ୍ଠୀ ଓ ବୁଦ୍ଧିଜୀବୀମାନେ ଅଂଶ ଗ୍ରହଣ କରିଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଆଜି ଅର୍ଥାତ୍ ୨୬ ଏପ୍ରିଲ ୨୦୨୬ ରେ ପ୍ରସାରିତ ହୋଇଯାଇଛି । ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସ୍ଥାନୀୟ ପ୍ରତିଭାଙ୍କୁ ପ୍ରଶଂସା: ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ସଫଳତା ବିଷୟରେ ଚର୍ଚ୍ଚା କରିଛନ୍ତି l

ଜଳ ସଂରକ୍ଷଣ ଓ ପରିବେଶ: ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଜଳ ସଂରକ୍ଷଣ ଏବଂ ପରିବେଶର ସୁରକ୍ଷା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ବୋଲି ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣ ବିଜୁଳି ସୂଚନା ଦେଇଥିଲେ l ଡିଜିଟାଲ୍ ଇଣ୍ଡିଆ ଓ ପ୍ରଯୁକ୍ତିବିଦ୍ୟା: ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍ ନେଣଦେଣ ଏବଂ ନୂତନ ଷ୍ଟାର୍ଟଅପ୍ଗୁଡ଼ିକର ଅଗ୍ରଗତି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ସଂସ୍କୃତି ଓ ପରମ୍ପରା: ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସ୍ଥାନୀୟ ପର୍ବପର୍ବାଣୀର ମହତ୍ତ୍ୱ ବିଷୟରେ ଖୋର୍ଦ୍ଧାଜିଲ୍ଲା ବିଜେପି ଉପସଭାପତି ବାସୁଦେବ ସାହୁଙ୍କ ଆଲୋକପାତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବଜରଙ୍ଗ ୟୁଥ କ୍ଳବ ଉପସଭାପତି ସନ୍ତୋଷ ଲେଙ୍କା, ସମ୍ପାଦକ ପ୍ରେମାନନ୍ଦ ମାର୍ଥା, ସହ ସମ୍ପାଦକ ପାର୍ଥ ସାରଥୀ ପରିଡାଙ୍କ ସମେତ ସମସ୍ତ ସଦସ୍ୟମାନେ ସହଯୋଗ କରି ପରିଚାଳନା କରିଥିଲେ l














